Arrest: ୱାରେଣ୍ଟଧାରୀ ୩ ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ

6 days ago 5
ARTICLE AD BOX

ଜୟପୁର: ଫେରାର ଅଭିଯୁକ୍ତ ଓ ୱାରେଣ୍ଟଧାରୀଙ୍କ ବିରୋଧରେ ସଦର ଥାନା ପୁଲିସର ଅଭିଯାନ ଜୋରଦାର ହୋଇଛି। ଗୁରୁବାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୀର୍ଘଦିନ ଧରି ଫେରାର ଥିବା ୩ ଜଣ ୱାରେଣ୍ଟଧାରୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉମୁରୀ ଗ୍ରାମର ଡେଭିଡ୍‌ ନାଗ(୨୧)ଙ୍କ ବିରୋଧରେ ଡକାୟତି ଉଦ୍ୟମ ମାମଲା ରହିଥିଲା। ସଦର ଥାନାରେ ରୁଜୁ କେଶ୍ ନଂ ୩୬୪/୨୦୨୩ ଆଧାରରେ ଜୟପୁର ଏସ୍‌ଡିଜେଏମ୍‌ ଅଦାଲତ ପକ୍ଷରୁ ଜାରି ଜାମିନବିହୀନ ପରୱାନା ବଳରେ ଏଏସ୍‌ଆଇ ବ୍ୟୋମକେଶ ଧଙ୍ଗଡ଼ାମାଝୀ ତାଙ୍କୁ ଗିରଫ କରିଛନ୍ତି।

ଆହୁରି ପଢନ୍ତୁ: LOOT: ୮ ଲୁଟେରା ଗିରଫ, ୧୦.୫ ଲକ୍ଷର ସୁନା-ରୂପା ଓ ସାମଗ୍ରୀ ଜବତ

ସେହିପରି ପେପର ମିଲ୍‌ ଲେବର କଲୋନୀର କୁଶରାଜ ଭକ୍ତ(୨୩)ଙ୍କ ବିରୋଧରେ ମହିଳାଙ୍କୁ ନିର୍ଯାତନା ଓ ଅସଦାଚରଣ ଅଭିଯୋଗରେ ୨୦୧୭ରେ ମାମଲା ରୁଜୁ ହୋଇଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଅମିୟ ରଞ୍ଜନ ସଗରିଆ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଅନ୍ୟପକ୍ଷରେ ବାଲିଆ ପଞ୍ଚାୟତ ଅନ୍ତର୍ଗତ କୁଣ୍ଟାରଖାଲ ଗ୍ରାମର ଶଙ୍କର ହରିଜନ(୩୬)ଙ୍କ ବିରୋଧରେ ଗାଳିଗୁଲଜ, ମାରପିଟ୍‌ ଓ ଜୀବନରୁ ମାରିଦେବା ଧମକ ଅଭିଯୋଗରେ ମାମଲା ଚାଲିଥିଲା।

ଏଏସ୍‌ଆଇ ପଙ୍କଜିନୀ ଶବର ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। କୋରାପୁଟ ଏସପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ ଓ ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ତତ୍ତ୍ଵାବଧାନରେ ଫେରାର ଅଭିଯୁକ୍ତଙ୍କୁ କାବୁ କରିବା ସହ ଅଞ୍ଚଳରେ ଆଇନଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.