Asian Games: ଏସୀୟ କ୍ରୀଡ଼ା: ବିଳମ୍ବିତ ସଂଯୋଗକୁ ଆ‌ୟୋଜକଙ୍କ ନା

1 day ago 5
ARTICLE AD BOX

ନୂଆଦିଲ୍ଲୀ: ଆଗାମୀ ଏସୀୟ କ୍ରୀଡ଼ା‌ରେ ଅଂଶଗ୍ରହଣକାରୀ କ୍ରୀଡ଼ାବିତ୍ ଓ ଅଧିକାରୀଙ୍କ ସଂଖ୍ୟାକୁ ନେଇ ବଡ଼ ସମସ୍ୟାରେ ପଡ଼ିଛି ଆୟୋଜକ ଜାପାନ। ରହିବା ପାଇଁ ସୀମିତ ସୁବିଧା ଥିବାରୁ ୧୫ ହଜାରରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଆବାସ ଯୋଗାଇବା ସମ୍ଭବ ନୁହେଁ ବୋଲି ଆୟୋଜକମାନେ ସ୍ପଷ୍ଟ କରିଛନ୍ତି। ଏହା ପରେ ଭାରତ ସମେତ ଏସିଆର ବିଭିନ୍ନ ଦେଶର ଜାତୀୟ ଅଲିମ୍ପିକ୍ସ ସଂଘଗୁଡ଼ିକୁ ବିଳମ୍ବରେ ନୂଆ କ୍ରୀଡ଼ାବିତ୍ କିମ୍ବା ଅଧିକାରୀଙ୍କ ନାମ ଯୋଡ଼ିବାକୁ ନିବେଦନ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଏସୀୟ ଅଲିମ୍ପିକ୍ସ ପରିଷଦ (ଓସିଏ)। ପ୍ରକାଶଥଉେ କି ଜାପାନର ଆଇଚି-ନାଗୋୟାରେ ଆସନ୍ତା ୧୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଆଗାମୀ ଏସୀୟ କ୍ରୀଡ଼ା। ଏଥିଲାଗି ଭାରତ ଏପର୍ଯ୍ୟନ୍ତ ୪୯୨ ଜଣ କ୍ରୀଡ଼ାବିତ୍‌ଙ୍କୁ ଅଂଶଗ୍ରହଣ ପାଇଁ ଅନୁମୋଦନ କରିଛି।

ଆହୁରି ପଢନ୍ତୁ: Cricket: ଏସୀୟ କ୍ରୀଡ଼ାରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଧାସଳଖ

ତେବେ ସେମାନଙ୍କ ସହ ଯିବାକୁ ଥିବା ସହକାରୀ ଅଧିକାରୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଏଥିନେଇ ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆବାସିକ ସମସ୍ୟା ଯୋଗୁଁ ଦେଶଗୁଡ଼ିକ ନିର୍ଦ୍ଧାରିତ ସୀମା ମଧ୍ୟରେ ନିଜ ଦଳର ଆକାର ରଖିବାକୁ ପଡ଼ିବ। ନିୟମ ଅନୁସାରେ ଜଣେ ଦେଶର ସପୋର୍ଟ ଷ୍ଟାଫ୍‌ଙ୍କ ସଂଖ୍ୟା କ୍ରୀଡ଼ାବିତ୍‌ଙ୍କ ସଂଖ୍ୟାର ସର୍ବାଧିକ ୩୩ ପ୍ରତିଶତ ହୋଇପାରିବ। ତେଣୁ ୪୯୨ ଜଣ କ୍ରୀଡ଼ାବିତ୍‌ଙ୍କ ଆଧାରରେ ଭାରତ ସର୍ବାଧିକ ୧୬୨ ଜଣ ସହକାରୀ ଅଧିକାରୀ ବା ସପୋର୍ଟ ଷ୍ଟାଫ୍ ପଠାଇପାରିବ। ସେଥିପାଇଁ ଭାରତ ସମେତ ଅନ୍ୟଦେଶର କ୍ରୀଡ଼ା ମହାସଂଘଗୁଡ଼ିକ ଅଧିକ ସପୋର୍ଟ ଷ୍ଟାଫ୍ ପଠାଇବାକୁ ଚାହୁଁଥିଲେ ମଧ୍ୟ ଏଥର ସେଥିପାଇଁ ସୁଯୋଗ ନାହିଁ। ସମାଧାନର ବାଟ ସ୍ବରୂପ ଓସିଏ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦେଇ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ ସଂଖ୍ୟା କମାଇବାକୁ କହିଛି।

ଆହୁରି ପଢନ୍ତୁ: IIT Delhi : ଆଇଆଇଟି ଦିଲ୍ଲୀରେ ଛାତ୍ର ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର

ଏଥିନେଇ ଓସିଏ କହିଛି ଯେ, ଗତ ମାସରେ ନାମ ପଞ୍ଜୀକରଣର ସମୟସୀମା ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ଦେଶର ଅନୁରୋଧରେ କିଛି ବିଳମ୍ବିତ ଯୋଗଦାନକୁ ଅନୁମତି ଦିଆଯାଇଛି। କିନ୍ତୁ ଏବେ ଆଉ ନୂଆ ଅନୁରୋଧ ଗ୍ରହଣ କରାଯିବ ନାହିଁ। ଏଥର ଏସୀୟ କ୍ରୀଡ଼ାରେ ପାରମ୍ପରିକ ‘କ୍ରୀଡ଼ାଗ୍ରାମ’ ତିଆରି କରାଯାଇନାହିଁ। ତା’ ପରିବର୍ତ୍ତେ କଣ୍ଟେନର୍ ଭଳି ଆବାସ ଏବଂ ଏକ କ୍ରୁଜ୍ ଜାହାଜରେ କ୍ରୀଡ଼ାବିତ୍‌ଙ୍କ ରହିବା ବ୍ୟବସ୍ଥା କରାଯାଇଛି। ନାଗୋୟା ବନ୍ଦରରେ ରହିବାକୁ ଥିବା କ୍ରୁଜ୍ ଜାହାଜରେ ପ୍ରାୟ ୫,୦୦୦ କ୍ରୀଡ଼ାବିତ୍ ରହିପାରିବେ। ଆଉ ପ୍ରାୟ ୨,୪୦୦ ଜଣ କଣ୍ଟେନର୍ ଆବାସରେ ରହିବେ। ଏହି ଅସ୍ଥାୟୀ ଆବାସଗୁଡ଼ିକୁ ଏସିଆନ୍ ଗେମ୍ସ ପରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବାକୁ ଜାପାନ ଯୋଜନା କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.