Attack: ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅପେକ୍ଷା: ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି

1 day ago 5
ARTICLE AD BOX

ୱାସିଂଟନ: ଇରାନ ଉପରେ ପୁଣି ବଡ଼ ଧରଣର ସାମରିକ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଚଳାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଲେ ୯୬ ଘଣ୍ଟା ମଧ୍ୟରେ ନୂଆ ସାମରିକ ଅଭିଯାନ ଆରମ୍ଭ କରିବାକୁ ମଧ୍ୟପ୍ରାଚ୍ୟରେ ମୁତୟନ ଆମେରିକୀୟ ସେନା ପ୍ରସ୍ତୁତ ରହିଥିବା ଦୁଇ ଜଣ ଆମେରିକୀୟ ଅଧିକାରୀ ସିଏନ୍‌ଏନ୍‌କୁ କହିଛନ୍ତି। ତେବେ ଆକ୍ରମଣ ନେଇ ଟ୍ରମ୍ପ ଏଯାଏଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଏଭଳି ପଦକ୍ଷେପ ନିଆଯିବାର ସମ୍ଭାବନା ଅଧିକ ବୋଲି ରିପୋର୍ଟରେ କୁହାଯାଇଛି।

ଆହୁରି ପଢନ୍ତୁ :Public welfare: ଜନକଲ୍ୟାଣମୂଳକ ବିକାଶ ପାଇଁ ସଂସଦଗୁଡ଼ିକୁ ସଶକ୍ତ କରିବାକୁ ଓମ୍‌ ବିର୍ଲାଙ୍କ ଆହ୍ୱାନ

ଆମେରିକାର ସାମରିକ ଯୋଜନାରେ ଇରାନର ଶକ୍ତି ଭିତ୍ତିଭୂମି, ସାମରିକ ଘାଟି ଓ ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଟାର୍ଗେଟ୍‌ କରିବାର ବିକଳ୍ପ ରହିଛି। ପୂର୍ବରୁ ଇରାନ ଉପରେ ଆକ୍ରମଣ ବନ୍ଦ କରିବା ପରେ ଆମେରିକା ମୁଖ୍ୟତଃ ରାଡାର, କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ବ୍ୟବସ୍ଥା ଓ ଅନ୍ୟ ସାମରିକ ସମ୍ପତ୍ତିକୁ ଟାର୍ଗେଟ୍‌ କରିବାର ବିକଳ୍ପ ଉପରେ ବିଚାର କରୁଥିଲା। କିନ୍ତୁ ଏଥର ବ୍ୟାପକ ଅଭିଯାନ ପାଇଁ ଯୋଜନା କରାଯାଉଥିବା ଅଧିକାରୀମାନେ କହିଛନ୍ତି। ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସାମରିକ ଯୋଜନା ପ୍ରସ୍ତୁତ କରିବା ପ୍ରତିରକ୍ଷା ବିଭାଗର ଦାୟିତ୍ୱ। ହ୍ୱାଇଟ୍‌ ହାଉସ୍‌ ଏ ସମ୍ପର୍କରେ ମନ୍ତବ୍ୟ ଦେବାକୁ ମନା କରିଛି।

ଆହୁରି ପଢନ୍ତୁ :Rahul Gandhi : ରାହୁଲ ଗାନ୍ଧୀଙ୍କୁ ୨୦୧୮ ମାନହାନି ମାମଲାରୁ ମିଳିଲା ମୁକ୍ତି


ଆମେରିକାର ଗୁଇନ୍ଦା ଆକଳନ ଅନୁଯାୟୀ, ପୁଣି ଆକ୍ରମଣ ହେଲେ ଇରାନ ଓ ହୁତି ବିଦ୍ରୋହୀମାନେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ କର୍ମଚାରୀ ଓ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରତିଶୋଧ ନେଇପାରନ୍ତି। ଏହି ଆଶଙ୍କା ଯୋଗୁଁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକରୁ କର୍ମଚାରୀଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଏପଟେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇରାନ ଉପରେ ନୂଆ ଆକ୍ରମଣ ପାଇଁ ଆମେରିକାର ସମର୍ଥନ ଲୋଡ଼ୁଥିବା ରିପୋର୍ଟରେ କୁହାଯାଇଛି। ତେବେ ଟ୍ରମ୍ପ ପ୍ରଶାସନ ତୁରନ୍ତ ମିଳିତ ଆକ୍ରମଣ ପାଇଁ ସବୁଜ ସଙ୍କେତ ଦେଇନାହିଁ। ଅନ୍ୟପକ୍ଷରେ, ଇରାନ ସହ କୂଟନୈତିକ ସମାଧାନର ସମ୍ଭାବନା ଏଯାଏଁ ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ତେଣୁ ସାମରିକ ପଦକ୍ଷେପ ନେବା ପୂର୍ବରୁ ଟ୍ରମ୍ପଙ୍କ ନିଷ୍ପତ୍ତି ଓ ଆଗାମୀ କୂଟନୈତିକ ଉଦ୍ୟମ ଉପରେ ସମସ୍ତଙ୍କ ନଜର ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.