Attack: ସରପଞ୍ଚ ଚାମେଲି ଓଝାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ: ବାପା, ଭାଇ ଓ ସମ୍ପର୍କୀୟ ଗୁରୁତର

1 hour ago 1
ARTICLE AD BOX

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପରିବାର ସଦସ୍ୟଙ୍କୁ ଗତକାଲି ରାତିରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ଚାମେଲିଙ୍କ ବାପା, ଭାଇ ଓ ଜଣେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଚାମେଲି ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି।

Neglect: ଭୋକ ପାଖେ ବନ୍ଧା ପଡ଼ିଛି ମାଆର ସ୍ବାଭିମାନ; ଛୁଆଙ୍କ ପାଇଁ ମାଗୁଛନ୍ତି  ଭିକ

ଚାମେଲିଙ୍କ ଅଭିଯୋଗ ମୁତାବକ, ଗତକାଲି ଅପରାହ୍ଣରେ ତାଙ୍କ ସାନଭାଇ ସୂର୍ଯ୍ୟକାନ୍ତ ଓଝା ଗ୍ରାମଛକରେ ଛିଡ଼ା ହୋଇଥିଲେ। ଏତିକି ବେଳେ ସେହି ଗ୍ରାମର ଆଶିଷ ସେଠୀ ପହଞ୍ଚି ତାଙ୍କ ବ୍ରେକର୍‌ ମେସିନ୍‌ ସୂର୍ଯ୍ୟକାନ୍ତ ନେଇଥିବା କହିଥିଲେ। ସୂର୍ଯ୍ୟକାନ୍ତ ମନା କରିବାରୁ ଆଶିଷ ଏକ ଇଟା ଆଣି ତାଙ୍କ ଗାଲକୁ ଛେଚି ଦେଇଥିଲେ। ଖବର ପାଇ ସୂର୍ଯ୍ୟକାନ୍ତଙ୍କ ୩ ଭଉଣୀ ସେଠାରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିଲେ। ଏହାପରେ ଚାମେଲି ପୁଲିସ ସହାୟତା ପାଇଁ ୧୧୨ନମ୍ବରକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିବା ସହିତ ଉଭୟପକ୍ଷ ଥାନାକୁ ଆସିବାକୁ କହିଥିଲେ। ତେବେ ଗତକାଲି ଦୀପାବଳି ଥିବାରୁ ଚାମେଲିଙ୍କ ଭାଇ ଓ ଭଉଣୀମାନେ ସନ୍ଧ୍ୟାରେ ଗ୍ରାମର ବାଣ ଦୋକାନକୁ ବାଣ କିଣିବା ପାଇଁ ଯାଇଥିଲେ। ଉକ୍ତ ସ୍ଥାନରେ ଆଶିଷ ସେଠୀ ଓ ଦେବାଶିଷ ସେଠୀ ପହଞ୍ଚି ସେମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏହାକୁ ଚାମେଲିଙ୍କ ଦାଦାପୁଅ ଭାଇ ଋଷିକାନ୍ତ ଓଝା ବିରୋଧ କରିଥିଲେ। ଏଥିରେ ଆଶିଷ ଓ ଦେବାଶିଷ ଉତ୍‌କ୍ଷିପ୍ତ ହୋଇ ଋଷିକାନ୍ତଙ୍କୁ ଆକ୍ରମଣ କରିଥିଲେ।

Judgement: ଦିଲ୍ଲୀ-ଏନ୍‌ସିଆର୍‌ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଖବର ପାଇ ଚାମେଲିଙ୍କ ବାପା ନିରଞ୍ଜନ ଓଝା ସେଠାରେ ପହଞ୍ଚିବାରୁ ସେମାନେ ଏକ ଭଙ୍ଗା ଆଜ୍‌ବେଷ୍ଟସ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ନିରଞ୍ଜନଙ୍କ ବାମ ଆଖିପତା ଫାଟିଯାଇ ରକ୍ତସ୍ରାବ ହୋଇଥିଲା। ଏହି ସମୟରେ ସୂର୍ଯ୍ୟକାନ୍ତ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁଇ ଯୁବକ ତାଙ୍କ ମୁଣ୍ଡକୁ ଫଟାଇ ଦେବା ସହିତ ଭଉଣୀମାନଙ୍କୁ ଅସଦାଚରଣ କରିଥିଲେ। ସେମାନେ ଚାମେଲିଙ୍କ ପ୍ରତି ମଧ୍ୟ ଅଶାଳୀନ ବ୍ୟବହାର କରିଥିଲେ ବୋଲି ମାର୍ଶାଘାଇ ଥାନାରେ ଏତଲା ଦିଆଯାଇଛି। ଅପରପକ୍ଷରେ ଦେବାଶିଷ ସେଠୀ ମାର୍ଶାଘାଇ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କର ବ୍ରେକର ମେସିନ୍‌କୁ ସ୍ମୃତିରଞ୍ଜନ ଓଝା ନେଇଥିବା ସମ୍ପର୍କରେ ପଚାରିବାରୁ ଚାମେଲିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ପାଟିତୁଣ୍ଡ କରିବା ସହିତ ତାଙ୍କୁ ଓ ଆଶିଷ ସେଠୀଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଥିବା ସେ ଦର୍ଶାଇଛନ୍ତି। ଉଭୟପକ୍ଷର ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.