Attack: ସିଆର୍‌ପିଏଫ୍‌ ପୋଷ୍ଟ ଉପରେ ଆକ୍ରମଣ ମାମଲା : ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା

56 minutes ago 1
ARTICLE AD BOX

ନଭେମ୍ବର ୧୧ ତାରିଖ ବୁଧବାର କୁଲଗାମର ମୀର ବଜାର ନିକଟସ୍ଥ ଅଖରାନ୍‌ ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଏଥିରେ ତିନିଜଣ ଯବାନ ଆହତ ହୋଇଥିଲେ।

 ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଥିବା ଏକ ସିଆର୍‌ପିଏଫ୍‌ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୁଲିସ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରୁଛି। ନଭେମ୍ବର ୧୧ ତାରିଖ ବୁଧବାର କୁଲଗାମର ମୀର ବଜାର ନିକଟସ୍ଥ ଅଖରାନ୍‌ ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଏଥିରେ ତିନିଜଣ ଯବାନ ଆହତ ହୋଇଥିଲେ। ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ଘେରାବନ୍ଦୀ ଓ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଶୁକ୍ରବାର ସୁଦ୍ଧା ଏହି ଅଭିଯାନ ଲଗାତାର ତୃତୀୟ ଦିନରେ ପହଞ୍ଚିଛି। ଅଞ୍ଚଳରେ ସଶସ୍ତ୍ର ଯାନ ମୁତୟନ କରାଯାଇଛି।

ଆହୁରି ପଢନ୍ତୁ :ୱାଲେଟ୍‌ ପାଇଁ ପେଟିଏମ୍‌କୁ ପ୍ରାରମ୍ଭିକ ସ୍ବୀକୃତି

ଆକ୍ରମଣକାରୀଙ୍କ ପରିଚୟ ଓ ଗତିବିଧି ସମ୍ପର୍କରେ ସୂଚନା ପାଇବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ମାନବୀୟ ଓ ବୈଷୟିକ ଗୁଇନ୍ଦା ସୂଚନାର ସହାୟତା ନେଉଛନ୍ତି। ଶ୍ରୀନଗର ସମେତ କାଶ୍ମୀରର ବିଭିନ୍ନ ଜିଲ୍ଲାରେ ଯାନବାହନ ଯାଞ୍ଚ ଓ ତଲାସି ଅଭିଯାନକୁ ମଧ୍ୟ ଜୋରଦାର କରାଯାଇଛି। ତଦନ୍ତକାରୀମାନେ ଏହି ଆକ୍ରମଣରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ମହମ୍ମଦ ଲତିଫ ଭଟ୍ଟଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛନ୍ତି। ଏହି ମାମଲାରେ ପ୍ରାୟ ୨୦୦ ଜଣ ସନ୍ଦିଗ୍ଧ ଓଭରଗ୍ରାଉଣ୍ଡ କର୍ମୀଙ୍କୁ ଜେରା କରାଯାଇଛି। ତେବେ ଆକ୍ରମଣରେ ସେମାନଙ୍କ ସମ୍ପୃକ୍ତି ନେଇ ଆନୁଷ୍ଠାନିକ ଭାବେ କୌଣସି ନିଶ୍ଚିତ ସୂଚନା ଦିଆଯାଇନାହିଁ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.