ARTICLE AD BOX
ଭୁବନେଶ୍ବର: ସେପ୍ଟେମ୍ବର ୬ ତାରିଖରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସଭାଗାରରେ ଇଣ୍ଡିଆନ୍ ଜର୍ଣ୍ଣାଲିଜମ୍ ଆୱାର୍ଡ ଏବଂ ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ ପ୍ରଦାନ କରାଯିବ। ଦିଲ୍ଲୀର ପ୍ରତିଷ୍ଠିତ ଏବଂ ପୁରାତନ ସଂଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଆସୁଛି।
୨୦୨୬ ପାଇଁ ଇଣ୍ଡିଆନ୍ ଜର୍ଣ୍ଣାଲିଜମ୍ ଆୱାର୍ଡ ପାଇବେ ନବୋଦୟ ଟାଇମ୍ସର ମୁଖ୍ୟ ସମ୍ପାଦକ ଅକ୍ଷୁ ଶ୍ରୀବାସ୍ତବ, ‘ଜିସେଗୀ ୱିଥ୍ ରିଚା’ କାର୍ଯ୍ୟକ୍ରମର ପ୍ରଯୋଜକ ଏବଂ ଉପସ୍ଥାପିକା ରିଚା ଅନିରୁଦ୍ଧ ଏବଂ ଏନ୍ଡିଟିଭିର ବୈଦେଶିକ ବ୍ୟାପାର ତଥା ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସମ୍ପାଦକ ଆଦିତ୍ୟ ରାଜ କୌଲ।
ସମ୍ମାନିତ ହେବେ କନକ ନ୍ୟୁଜ୍ର ଉପସ୍ଥାପିକା ବିଜୟଲକ୍ଷ୍ମୀ ରଥ
ସେହିପରି ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡରେ ସମ୍ମାନିତ ହେବେ ଦୈନିକ ସଂଚାରର ମୁଖ୍ୟ ସମ୍ପାଦକ ଅଜିତ କୁମାର ଦାଶ, କନକ ନ୍ୟୁଜ୍ର ଉପସ୍ଥାପିକା ବିଜୟଲକ୍ଷ୍ମୀ ରଥ ଏବଂ ପ୍ରମେୟ ଅନୁଗୋଳ ସଂସ୍କରଣର ବ୍ୟୁରୋ ମୁଖ୍ୟ ଜଳଧର ପ୍ରଧାନ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ତଥା ଦୈନିକ ‘ପ୍ରଜାତନ୍ତ୍ର’ର ସଂପାଦକ ଭର୍ତ୍ତୃହରି ମହତାବ ଏବଂ ବିଶିଷ୍ଟ ସାମ୍ବାଦିକ ଓ ଲେଖକ ପଦ୍ମଶ୍ରୀ ଆଲୋକ ମେହେଟ୍ଟା।
ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ପଲ୍ଲୀବାଣୀ ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Hanging Body: ଝୁଲନ୍ତା ଅବସ୍ଥାରେ ବି ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର

3 days ago
3


