Badshah: ବିବାହର ମାତ୍ର ୫ ମାସ ପରେ ଅଲଗା ହୋଇଗଲେ ବାଦଶାହ-ଇଶା

1 hour ago 2
ARTICLE AD BOX

ମୁମ୍ବାଇ: ବଲିଉଡ୍ ରାପର ବାଦଶାହ ଏବଂ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ ବିବାହର ମାତ୍ର ୫ ମାସ ପରେ ଅଲଗା (ଛାଡ଼ପତ୍ର) ହେବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ ରାପର୍ ବାଦଶାହ ଏବଂ ଇଶା ରିଖି ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ କରିଥିଲେ। ଏବେ, ବିବାହର ପାଞ୍ଚ ମାସ ପରେ, ସେମାନଙ୍କର ଛାଡପତ୍ର ହେବାକୁ ଯାଉଛି। ସମସ୍ତେ ଜାଣିବାକୁ ଆଗ୍ରହୀ ଯେ ଇଶା ରିଖି କିଏ। ତେବେ, ଆସନ୍ତୁ ଜାଣିବା। 

ଆହୁରି ପଢନ୍ତୁ :Cricket: ୧୦ ଛକା ଏବଂ ୯ ଚୌକା; ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ

ଇଶା ରିଖୀ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ମଡେଲ। ସେ ୨୦୧୩ ମସିହାରେ 'ଜଟ୍ ବୋଏଜ୍ ପୁତ୍ତ ଜଟ୍ଟନ୍ ଦେ' ପଞ୍ଜାବୀ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ 'ହାପି ଗୋ ଲକି', 'ଅରଦାସ', ଏବଂ 'ଜଟ୍ ଜୁଲିଏଟ୍' ଭଳି ଅନେକ ସଫଳ ପଞ୍ଜାବୀଫିଲ୍ମରେ କାମ କରିଛନ୍ତି। ୨୦୧୮ ମସିହାରେ ସେ 'ନବାବଜାଦେ' (Nawabzaade) ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ, ଯେଉଁଥିରେ ବରୁଣ ଧୱନ୍ ଏବଂ ରାଘବ ଜୁୟାଲ ମଧ୍ୟ ନଜର ଆସିଥିଲେ। ତାଙ୍କୁ ଶେଷ ଥର ପାଇଁ ୨୦୧୯ର ପଞ୍ଜାବୀ ଫିଲ୍ମ 'ମିଣ୍ଡୋ ତହସିଲଦାରଣୀ'ରେ ଦେଖିବାକୁ ମିଳିଥିଲା। ଉଲ୍ଲେଖ ଥାଉ କି ଦୀର୍ଘ ଦିନର ଗୁଜବ ପରେ, ବାଦଶାହ ଏବଂ ଇଶା ରିଖି ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତି ଜାରି କରି ନିଜର ବିଚ୍ଛେଦ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ଆହୁରି ପଢନ୍ତୁ :Arrested: କାର୍ ପୋଡ଼ି ଘଟଣାର ଅଭିଯୁକ୍ତକୁ ଗିରଫ କଲା ବାଲିପାଟଣା ପୁଲିସ୍

ସେମାନେ ଉଲ୍ଲେଖ କରିଛନ୍ତି ଯେ ଉଭୟଙ୍କ ସମ୍ମତି ଏବଂ ସମ୍ମାନର ସହ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଏହି କଠିନ ସମୟରେ ସେମାନଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଫ୍ୟାନ୍ସ ଏବଂ ମିଡିଆକୁ ଅନୁରୋଧ କରିଛନ୍ତି। ପ୍ରାୟ ୪ ବର୍ଷ ଡେଟିଂ କରିବା ପରେ ମାର୍ଚ୍ଚ ୨୦୨୬ରେ ଅତି ଗୋପନୀୟ ଭାବେ ଏବଂ ନିକଟତର ବନ୍ଧୁ-ପରିବାରଙ୍କ ଗହଣରେ ସେମାନେ ବିବାହ କରିଥିଲେ। ଏହା ବାଦଶାହଙ୍କର ଦ୍ୱିତୀୟ ବିବାହ ଥିଲା। ଏହାପୂର୍ବରୁ ୨୦୨୦ରେ ତାଙ୍କର ପ୍ରଥମ ପତ୍ନୀ ଜାସମିନଙ୍କ ସହ ଛାଡ଼ପତ୍ର ହୋଇସାରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.