ARTICLE AD BOX
ବ୍ୟାଙ୍କ ଅଫ୍ ବରୋଦାର ଭୁବନେଶ୍ୱର ଜୋନ୍ ପକ୍ଷରୁ ‘ସତର୍କତା ସଚେତନତା ସପ୍ତାହ ୨୦୨୬’ ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି।
/sambad/media/media_files/2026/10/31/56565-2026-10-31-23-45-38.jpg)
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ବରୋଦାର ଭୁବନେଶ୍ୱର ଜୋନ୍ ପକ୍ଷରୁ ‘ସତର୍କତା ସଚେତନତା ସପ୍ତାହ ୨୦୨୬’ ଅବସରରେ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ଭୁବନେଶ୍ୱର ଜୋନ୍ ମହାପ୍ରବନ୍ଧକ ତଥା ଜୋନାଲ୍ ମୁଖ୍ୟ ଶରତ କୁମାର ପାଣିଗ୍ରାହୀ, ଡିଜିଏମ୍-ବିଡି ଦେବୀ ପ୍ରସାଦ ମହାନ୍ତି, ଡିଜିଏମ୍-ଜିଆଇଏଡି ଜଗଜୀବନ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ, ବିଭିନ୍ନ ଶାଖା ଏବଂ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଜୋନାଲ୍ ମୁଖ୍ୟ ଶ୍ରୀ ପାଣିଗ୍ରାହୀ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କର୍ମଚାରୀମାନଙ୍କୁ ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହ ବୃତ୍ତିଗତ ଓ ସାର୍ବଜନୀନ ଜୀବନରେ ଦୁର୍ନୀତି ବିରୋଧରେ ସର୍ବଦା ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

45 minutes ago
2


