Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_2se3o6lc6lgasom03gi2njm1pj, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
BCCI: ହାଇକୋର୍ଟରେ ବିସିସିଆଇର ସତ୍ୟପାଠ: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ - CGPT.IN

BCCI: ହାଇକୋର୍ଟରେ ବିସିସିଆଇର ସତ୍ୟପାଠ: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ

4 days ago 4
ARTICLE AD BOX

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଏହାର ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନିଶ୍ଚିତତା ଭିତରେ ରଖି ପାରିବ ନାହିଁ। ନିଜ ବାଇ ଲ’, ବୋର୍ଡ ଅଫ୍‌ କଂଟ୍ରୋଲ ଫର କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ)ର ଏମଓଏ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଓସିଏକୁ ତୁରନ୍ତ ନିର୍ବାଚନ କରିବାକୁ ହେବ।ହାଇକୋର୍ଟରେ ବିସିସିଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଏହାର ମେମୋରାଣ୍ଡମ ଅଫ ଆସୋସିଏସନ (ଏମଓଏ) ଅନୁସାରେ ଜ‌ଣେ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକାଳ ତିନି ବର୍ଷ। ଜଣେ କାର୍ଯ୍ୟକର୍ତ୍ତା ତିନି ଥରରୁ ଅଧିକ ରହି ପାରିବେ ନାହିଁ ଅର୍ଥାତ ୯ ବର୍ଷ ରହିବ। 

Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ

ଜଣେ କାର୍ଯ୍ୟକର୍ତ୍ତା କୌଣସି ପଦବିରେ ଲଗାତାର ଦୁଇ ଥରରୁ ଅଧିକ ରହିବା ପରେ ୩ ବର୍ଷର କୁଲିଂ ଅଫ ଅବଧି ପୂରଣ କରିବାକୁ ପଡ଼ିବ। ଯଦି ଜଣେ କାର୍ଯ୍ୟକର୍ତ୍ତା ଲାଗାତାର ଦୁଇ ଥର ପଦବିରେ ରୁହନ୍ତି ତେବେ ତାଙ୍କୁ ୩ ବର୍ଷର କୁଲିଂ ଅଫ୍‌ ଅବଧି ‌ପୂରଣ କରିବାକୁ ହେବ। ଏଭଳି ନିୟମ ବିସିସିଆଇ ଗ୍ରହଣ କରିଥିବା ବେଳେ ଏ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓସିଏ କ୍ଷେତ୍ରରେ ମଧ୍ୟ ଲାଗୁ। ବିସିସିଆଇ ସଦସ୍ୟତା ଓ ସ୍ବୀକୃତି ବଜାୟ ରଖିବା ପାଇଁ ରାଜ୍ୟ ସଂଘ ଗୁଡ଼ିକୁ ଏପରି ନିୟମ ପାଳନ କରିବାକୁ ହେବ। ସତ୍ୟପାଠରେ ଠିକ ସମୟରେ ନିର୍ବାଚନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ କାର୍ଯ୍ୟକର୍ତ୍ତା ଓ ରାଜ୍ୟ ସଂଘର ନିର୍ବାଚିତ ସଦସ୍ୟ କ୍ରିକେଟର ପରିଚାଳନା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ଏହା ଅପରିହାର୍ଯ୍ୟ ଯେ ଓସିଏ ତୁରନ୍ତ ଏହାର ନିର୍ବାଚନ କରିବା ଉଚିତ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। 

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ

ସୂଚନାଯୋଗ୍ୟ ଯେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସନରାଇଜ କ୍ଲବ୍‌ ତରଫରୁ ଓସିଏ କର୍ମକର୍ତ୍ତା ନିର୍ବାଚନ ପ୍ରସଂଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ବିସିସିଆଇକୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନି‌ର୍ଦ୍ଦେଶ ଦେଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଓସିଏର ବିଭିନ୍ନ ପଦ ପଦବି ପାଇଁ ନିର୍ବାଚନ ପ୍ରସଂଗ ନେଇ ଏହି ମାମଲା ଦାୟର ହୋଇଛି। ନିୟମ ଅନୁସାରେ ଓସିଏ ନିର୍ବାଚନ ଘୋଷଣା କରାଯାଉ। ଓସିଏର ବିଭିନ୍ନ ପଦ ପଦବି ପାଇଁ ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆ‌ବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ କ୍ରୀଡ଼ା ଓ ଯୁବ ‌ସେବା ବିଭାଗ, ବିସିସିଆଇ, ଓସିଏ, ଓସିଏ ସଭାପତି, ଉପସଭାପତି, ଯୁଗ୍ମସଚିବ, କୋଷାଧ୍ୟକ୍ଷ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.