Bhadrak Loan Fraud: ୧୨ ଲକ୍ଷ ଋଣର ‌ଝଲକ ଦେଖାଇ ୪୦.୫୧ ଲକ୍ଷ ଟଙ୍କାର ଚୂନ ଲଗାଇଲେ

6 days ago 5
ARTICLE AD BOX

ଜାଲ୍ ଲୋନ୍ କ୍ଲୋଜର୍ ସାର୍ଟିଫିକେଟ୍ ଦେଇ ସୈନିକଙ୍କ ପରିବାରକୁ ଠକିଲେ, ପୁଅକୁ ଅପହରଣ ଓ ହତ୍ୟା ଧମକ ଅଭିଯୋଗ


ଭଦ୍ରକ( ହରିହର ନାୟକ) : ୧୨ ଲକ୍ଷ ଟଙ୍କାର ଟପ୍‌-ଅପ୍ ଲୋନ୍ ଦେବାର ପ୍ରଲୋଭନ ଦେଖାଇ ଜଣେ ସୈନିକଙ୍କ ପରିବାର ନାମରେ ୪୦ ଲକ୍ଷ ୫୧ ହଜାର ୩୯୫ ଟଙ୍କାର ଋଣ ସୃଷ୍ଟି କରିବା, ଜାଲ୍ ଋଣ ପରିଶୋଧ ପ୍ରମାଣପତ୍ର ଦେବା ଏବଂ ପ୍ରତିବାଦ କରିବାରୁ ହତ୍ୟା ଓ ଅପହରଣ ଧମକ ଦେବା ଭଳି ଘଟଣାକୁ ନେଇ ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି।  ଏହି ଘଟଣାରେ ଘରୋଇ ଫାଇନାନ୍ସ କମ୍ପାନୀ ସହ ଜଡ଼ିତ କର୍ମଚାରୀ ଓ ଜଣେ ବ୍ୟାଙ୍କ ମିତ୍ରଙ୍କ ବିରୋଧରେ ଭଦ୍ରକ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।

Microfinance Loan Fraud: ମାଇକ୍ରୋଫାଇନାନ୍ସ ଋଣ ଜାଲିଆତି ଅଭିଯୋଗ
ଅଭିଯୋଗ ଅନୁଯାୟୀ, ସମରାଇପୁର କେନାଲ ରୋଡ୍‌ର ବାସିନ୍ଦା ସିଗ୍ଧାରାଣୀ ମିଶ୍ରଙ୍କ ସ୍ୱାମୀ ପ୍ରକାଶ କୁମାର ମିଶ୍ର ଜଣେ ସେବାନିବୃତ ସୈନିକ। ପରିବାରର ଗୃହଋଣ ଉପରେ ଅତିରିକ୍ତ ଋଣ ନେବା ପାଇଁ ସେମାନେ ଭଦ୍ରକ ଏସ୍‌ବିଆଇ ମୁଖ୍ୟ ଶାଖାର ସହାୟତା ଲୋଡ଼ିଥିଲେ। ମାତ୍ର ସିବିଲ୍ ସ୍କୋର୍ ଅନୁକୂଳ ନଥିବାରୁ ଋଣ ମିଳିବା ସମ୍ଭବ ନୁହେଁ ବୋଲି ସେମାନଙ୍କୁ କୁହାଯାଇଥିଲା।

Covid Business ‌Loan Fraud: ବ୍ରିଟେନରେ କୋଭିଡ ବ୍ୟବସାୟ ଋଣ ଠକେଇ ମାମଲାରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ
ପରେ ପରିବାର ପକ୍ଷରୁ ଶ୍ରୀରାମ ଫାଇନାନ୍ସ ଓ ପିରାମଲ୍ ଫାଇନାନ୍ସ ସହ ଯୋଗାଯୋଗ କରାଯାଇଥିଲା। ଏହି ସମୟରେ ମହେଶ କୁମାର ପାଢ଼ୀ ନାମକ ବ୍ୟାଙ୍କ ମିତ୍ର, ଅଶ୍ରୁମୋଚନ ଜେନା ଓ ରାଜୀବ ପାଣି ନାମକ ତିନିଜଣ ବ୍ୟକ୍ତି ସେମାନଙ୍କୁ ଋଣ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ୧୨ ଲକ୍ଷ ଟଙ୍କା ଋଣ ଯୋଗାଇଦେବା ନାଁରେ ତାଙ୍କ ପରିବାରଠାରୁ ଖାଲି ଦସ୍ତଖତ ଥିବା ଚେକ୍, ଜମିଜମା ସମ୍ପର୍କିତ ଆର୍‌ଓଆର୍‌, ଦରମା ପ୍ରମାଣପତ୍ର ଓ ଅନ୍ୟାନ୍ୟ ମୂଳ ଦଲିଲ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଦଲିଲଗୁଡ଼ିକର ଅପବ୍ୟବହାର କରି ୪୦,୫୧,୩୯୫ ଟଙ୍କାର ଋଣ ସୃଷ୍ଟି କରାଯାଇଥିଲା। 

SHG Loan Fraud ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଋଣ ଟଙ୍କା ହେରଫେର, ପଦକ୍ଷେପ ଦାବି
ପୂର୍ବ ଋଣ ପରିଶୋଧ କରିଦେବା ନାଁରେ ଏସ୍‌ବିଆଇର ୩୨୩୭୩୮ ନମ୍ବର ଚେକ୍‌ରେ ୧୬ ଲକ୍ଷ ୭୦ ହଜାର ଟଙ୍କା ଏବଂ ୩୨୩୭୩୯ ନମ୍ବର ଚେକ୍‌ରେ ୧୫ ଲକ୍ଷ ଟଙ୍କା ନିଆଯାଇଥିଲା। ଏହା ପରେ ପରିବାରକୁ ଏକ ଋଣ ପରିଶୋଧ ପ୍ରମାଣପତ୍ର ଦିଆଯାଇଥିଲା। ତେବେ ଉକ୍ତ ପ୍ରମାଣପତ୍ର ଜାଲ୍ ବୋଲି ଜଣାପଡ଼ିବା ପରେ କ୍ଷତିଗ୍ରସ୍ତ ପରିବାର ପ୍ରତିବାଦ କରିଥିଲେ। ଏଥିରେ ଉକ୍ତ ଯୁବକମାନେ ସେମାନଙ୍କୁ ମାଡ଼ ମାରିଥିଲେ।  ପୁଅକୁ ଅପହରଣ କରିବା ଏବଂ ହତ୍ୟା କରିବାର ଧମକ ଦେଇଥିଲେ। 

Loan Fraud case ଋଣ ପାଇଁ ବନ୍ଧକ ରଖି ଲୁଟୁଥିଲେ, ଧରାପଡ଼ିଲେ
ଅଭିଯୋଗକାରିଣୀଙ୍କ ଏତାଲା ଆଧାରରେ ଭଦ୍ରକ ଟାଉନ୍ ଥାନାରେ କେସ୍ ନଂ ୬୩୪/୨୦୨୬, ତାରିଖ ୨୧ ଅକ୍ଟୋବର ୨୦୨୬ରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୧୮(୪), ୩୪୧(୧), ୩୩୬(୩), ୩୫୧(୩) ଓ ୩(୫)ରେ  ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଦାୟିତ୍ବ ଏସ୍‌ଆଇ ପତିତପାବନ ମହାପାତ୍ରଙ୍କୁ ନ୍ୟସ୍ତ କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.