BJD Alleges on Student Union ବିଜେପି ପ୍ରାର୍ଥୀକୁ ସମର୍ଥନ ପାଇଁ କୁଳପତି ଓ ଅଧ୍ୟକ୍ଷଙ୍କୁ ଫୋନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ: ବି‌ଜେଡି

2 weeks ago 4
ARTICLE AD BOX

ଭୁବନେଶ୍ୱର:  ଛାତ୍ର ସଂସଦ ନିର୍ବାଚନରେ ଲିଙ୍ଗୋଦୋହ କମିସନଙ୍କ ନିୟମକୁ ଉଲ୍ଲଙ୍ଘନ କରାଯାଉଛି । କ୍ୟାମ୍ପସ ରାଜନୀତିରେ ବିଜେପି ନେତା ହସ୍ତକ୍ଷେପ କରୁଛନ୍ତି । ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ଏବଂ ବିଜେପି ପ୍ରାର୍ଥୀକୁ ସମର୍ଥନ ପାଇଁ କୁଳପତି ଓ ଅଧ୍ୟକ୍ଷଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଚାପ ପକାଉଛନ୍ତି ବୋଲି ବିଜୁ ଜନତା ଦଳ (ବିଜେଡି) ଅଭିଯୋଗ କରିଛି। 

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ନିର୍ବାଚନରେ ଏବିଭିପିର ବାଜିମାତ

ଆଜି (ଗୁରୁବାର) ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଧାୟକ ବ୍ୟୋମକେଶ ରାୟ, ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

Student Union Elections: ଛାତ୍ର ସଂସଦ ନିର୍ବାଚନ: ୩୨୮ରେ କଲେଜରେ ନିର୍ବାଚନ, ୨୦୨ରେ ଚୟନ

ଶ୍ରୀରାୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ଲିଙ୍ଗୋଦୋହ କମିସନଙ୍କ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଜେପି ସରକାର କମିସନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନ କରୁଛନ୍ତି । ଶାସକ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ କୁଳପତି ଓ ଅଧ୍ୟକ୍ଷଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଫୋନ ଯାଉଛି । ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା କଥା, ନଚେତ ପାର୍ଥୀପତ୍ର ନାକଚ ହୋଇଯିବ । କିନ୍ତୁ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ସୁରକ୍ଷିତ ରଖିବା ପାଇଁ ୭୫ ପ୍ରତିଶତ ଉପସ୍ଥାନ ନଥିବା ବେଳେ ତାହାକୁ ବଦଳାଇ ଦିଆଯାଉଛି ।  ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ପାଇଁ ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଯେଉଁଠି ବିଜେପି ନିର୍ବାଚନ ପାଇଁ ପାର୍ଥୀ ପାଉନାହିଁ, ସେଠାରେ ଜାଣିଶୁଣି ଯୋଜନା ବଦ୍ଧ ଭାବେ ନିର୍ବାଚନ ବାତିଲ କରାଯାଉଛି । 

Elections on Campus: ୧୧ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ: ରମାଦେବୀରେ ଆଦର୍ଶ ଆଚରଣ ବିଧି ଲାଗୁ

ଶ୍ରୀଘଡ଼େଇ କହିଛନ୍ତି, ଏବିଭିପି ସପକ୍ଷରେ ନିର୍ବାଚନ ଫଳାଫଳକୁ ନେବା ପାଇଁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଷଡ଼ଯନ୍ତ୍ର କରି ଅନୈତିକ ଉପାୟରେ ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ବିଜେପି । ଭବିଷ୍ୟତ ପିଢ଼ି ଜେନ ଜି ମାନଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । 

ଶ୍ରୀ ସାହୁ କହିଛନ୍ତି, ବିଜେପି ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି ଏହା ସତ୍ବେ ରାଜ୍ୟ ବ୍ୟାପୀ ୮୦ ପ୍ରତିଶତ କ୍ୟାମ୍ପସରେ ବିଜେଡି ବିଜୟ ଲାଭ କରିବ । ପାର୍ଥୀ ୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ନିୟମ ଥିବାବେଳେ କ୍ୟାମ୍ପସରେ ଭୋଜି ଭାତ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।

Student union election: ଛାତ୍ର ସଂସଦ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି: କଲେଜ କ୍ୟାମ୍ପସକୁ ଅଣଛାତ୍ର ମନା
ଇପ୍ସିତା ସାହୁ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ କୁଳପତି, ଅଧ୍ୟକ୍ଷ, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ କାର୍ଯ୍ୟ କରୁଛନ୍ତି । ଏହିପରି ପକ୍ଷପାତିତା କାର୍ଯ୍ୟରୁ ସରକାର ନିବୃତ୍ତ ରୁହନ୍ତୁ, ନଚେତ ବିଜେଡି ପକ୍ଷରୁ ଘୋର ବିରୋଧ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.