Saramara Cooperative Society ସମ୍ପାଦକ ବିହୀନ ସରମରା ସମବାୟ ସମିତିରେ ଅଚଳାବସ୍ଥା, ଆନ୍ଦୋଳନ ‌ଚେତାବନୀ

1 hour ago 3
ARTICLE AD BOX

ବନ୍ତ/ଗଣିଜାଙ୍ଗ(ହରିହର ନାୟକ): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ସରମରା  ସେବା ସମବାୟ  ସମିତିରେ ପ୍ରାୟ ଦୁଇ ମାସ ଧରି ସମ୍ପାଦକ ନିଯୁକ୍ତି ହୋଇନଥିବାରୁ ଅଚଳାବସ୍ଥା ଲାଗି ରହିଛି। ଚାଷୀମାନେ  କୃଷି ଋଣ, ଚାଷୀ ପଞ୍ଜୀକରଣ ଓ ଅନ୍ୟାନ୍ୟ କାମ ପାଇଁ ସମବାୟ ସମିତି କୁ ଆସୁଥିବା ବେଲେ ସେମାନଙ୍କ  ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। 

Irregularities In PAC ସମବାୟ ସମିତିରେ ଅନିୟମିତତା ଅଭିଯୋଗ, ସମ୍ପାଦକ ବଦଳି ଦାବି
ସୂଚନାନୁସାରେ, ଦେବତାଗଡ଼ିଆ ଗ୍ରାମର ଚାଷୀ ଅକ୍ଷୟ ସେଠୀ ଜିଲ୍ଲାପାଳଙ୍କ ନିକଟରେ ସମିତିର ଦୁର୍ନୀତି ନେଇ ଅଭିଯୋଗକରିଥିଲେ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ଡିଆରସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଆରସିଏସ  ସରମରା ସମବାୟ ସମିତି ସମ୍ପାଦକ ନିତ୍ୟାନନ୍ଦ ନାୟକ ଓ  ଡାଟାଏଣ୍ଟ୍ରି  ଅପରେଟରଙ୍କ ନାମରେ ବନ୍ତ   ଥାନାରେ ଲିଖିତ ଏତଲା ଦେଇଥିଲେ। ମାମଲା ରୁଜୁ ପରେ ଉଭୟ ଫେରାର ଅଛନ୍ତି ଓ  ଜାମିନ ପାଇଁ  କୋର୍ଟରେ ଆବେଦନ କରିଥିବା ଜଣାଯାଇଛି। 

Sambandha: ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ: ଗ୍ରାମାଞ୍ଚଳର ‘ୱାନ୍-ଷ୍ଟପ୍ ସଲ୍ୟୁସନ୍’ ସେଣ୍ଟର ହେବ ସମବାୟ ସମିତି
ସମିତିରେ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ନଥିବାରୁ ସମିତିର ସଦସ୍ୟ ଚାଷୀ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ କହିଛନ୍ତି,  ସମିତି ପରିଚାଳନା ପାଇଁ ନିକଟସ୍ଥ  ସେବା ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅସ୍ଥାୟୀ ଭାବରେ ଦାୟିତ୍ୱ ଦିଅନ୍ତୁ। ଏନେଇ ସ୍ଥାନୀୟ ଚାଷୀ କିଛି ଦିନ ପୂର୍ବରୁ  ଭଦ୍ରକ ଜିଲା ଡି ଆର ସି ଏସ  ଓ ଏ ଆର୍ ସି ଏସ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ।  ଡ଼ିଆର ସି ଏସ ଲୋକଙ୍କ ଦାବି ଗ୍ରହଣ କରିବା ସହ ତୁରନ୍ତ ସରମରା ସେବା ସମବାୟ  ସମିତିର ସମସ୍ୟାର  ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ। 

vigilance Case ୨୧ ଲକ୍ଷ ଟଙ୍କା ହଡ଼ପ କରି ପୂର୍ବତନ ସେବା ସମବାୟ ସମିତି ସମ୍ପାଦକ ଗିରଫ
ଆସନ୍ତା  ୩ ରୁ ୪ ଦିନ ଭିତରେ ସରମରା ସେବା ସମବାୟ ସମିତି ରେ ନୂତନ ସମ୍ପାଦକ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଗ୍ରାମବାସୀ ଓ ସ୍ଥାନୀୟ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ  ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.