ARTICLE AD BOX
ଭଦ୍ରକ(ହରିହର ନାୟକ): ଭଦ୍ରକ ବ୍ଲକର ବିବାଦ ଓ ଦୁର୍ନୀତିକୁ ନେଇ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଦୁଇ ଫାଳ ହୋଇଛି। ଉଭୟ ଗୋଷ୍ଠୀ ପରସ୍ପରକୁ ଦୋଷାରୋପ କରିଛନ୍ତି। ଗତ ଶନିବାର ବିଜେପିର ଏକ ଗୋଷ୍ଠୀ ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ନାରାବାଜି କରି ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଆଜି ବ୍ଲକ୍ ଅଧ୍ୟକ୍ଷା ନିଜର ଶତାଧିକ ସମର୍ଥକଙ୍କ ସହ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ କରିଛନ୍ତି। ତାଙ୍କ ଉପରେ ଶୀର୍ଷ ନେତୃତ୍ବ ଆସ୍ଥା ରଖିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Protest: ଭଦ୍ରକ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ: ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଅଫିସରେ ତାଲା, ବହିଷ୍କାର ଦାବି
ଆଜି (ସୋମବାର) ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ନିଜର ଶତାଧିକ ସମର୍ଥକ, ବିଜେପି କର୍ମୀ, ସରପଂଚ, ସମିତି ସଭ୍ୟମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ପରିସରରେ ଥିବା ନିଜ ଅଫିସ ତାଲା ଖୋଲି ଚୌକିରେ ବସି କାର୍ଯ୍ୟାଳୟର କାମ କରିଥିଲେ।
ଏହି ଅବସରରେ ଉର୍ମିଳା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଭଦ୍ରକ ବ୍ଲକର ଅଧ୍ୟକ୍ଷା ଅଛନ୍ତି। ଲୋକେ ତାଙ୍କୁ ଭୋଟ ଦେଇଛନ୍ତି। ସେ ଲୋକଙ୍କ ସହ ଅଛନ୍ତି ଓ ଲୋକଙ୍କ ପାଇଁ କାମ କରିବେ। ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର। ସେମାନଙ୍କ ସ୍ୱାର୍ଥପୂରଣରେ ବାଧା ସୃଷ୍ଟି ହେଉଥିବାରୁ ସେମାନେ ତାଙ୍କୁ ବିରୋଧ କରୁଛନ୍ତି । ତାଙ୍କର କିଛି ହେବ ନାହିଁ। ସେ ବିଜେପି ଦଳରେ ଅଛନ୍ତି ଏବଂ ଦଳର ଶୀର୍ଷ ନେତାଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି।
/filters:format(webp)/sambad/media/media_files/2026/11/02/bhadrak-block-politics-2026-11-02-19-01-12.jpg)
ସମ୍ଭାବ୍ୟ ଗଣ୍ଡଗୋଳକୁ ଆଶଙ୍କା କରି ଆଜି ଭଦ୍ରକ ବ୍ଲକ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଦିନ ତମାମ ବ୍ଲକ ପରିସର ରେ ପୁଲିସ ପଇଁତରା ମାରିଥିଲେ।
ଭଦ୍ରକ ବିଜେପି ପକ୍ଷରୁ ସବୁ ଥାନା ଆଗରେ ଗଣଧାରଣା, ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି
ସୂଚନାଯୋଗ୍ୟ, ଗତ ଶନିବାର ବିଜେପିର ଏକ ଗୋଷ୍ଠୀଙ୍କ ସହ କେତେକ କର୍ମକର୍ତ୍ତା, ସରପଂଚ ଓ ସମିତି ସଭ୍ୟ ମାନେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ବିରୋଧୀ ନାରାବାଜି କରି ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟଳୟରେ ତାଲା ପକାଇ ଦେଇଥିଲେ। ବିଜେପି ଦଳରୁ ଉର୍ମିଳାଙ୍କ ବହିଷ୍କାର ଦାବି କରିଥିଲେ।
ଭଦ୍ରକ ବିଜେପି ପକ୍ଷରୁ ସବୁ ଥାନା ଆଗରେ ଗଣଧାରଣା, ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି
ପ୍ରକାଶ ଥାଉକି, ୫ ଦିନ ତଳେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ନାୟକ ‘ମୋ ଗାଁ ମୋ ବିକାଶ’ କାମ ଉପରେ ହୋଇଥିବା ଅନିୟମିତତା ସମ୍ପର୍କରେ ଅଭିଯୋଗ ଉଠାଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନ ଗ୍ରହଣ କରି ଉଚ୍ଚନ୍ୟାୟାଳୟ ଯୋଜନାର ଅନୁଦାନ ଓ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବ୍ଲକରେ ସବୁ କାମ ଠପ୍ ହୋଇଯିବାରୁ ବିଜେପି ଗୋଷ୍ଠୀ ଉଦ୍ବେଗ ପ୍ରକାଶ କରି ବିରୋଧ କରୁଛନ୍ତି।

1 hour ago
1


