Boris Johnson: ଭାରତରେ ତିଆରି ବିଏସ୍‌ଏ ବାଣ୍ଟମ୍ ଚଳାଇଲେ ବୋରିସ୍ ଜନସନ୍, ଜାଣନ୍ତୁ ବାଇକ୍‌ର ବୈଶିଷ୍ଟ୍ୟ...

59 minutes ago 2
ARTICLE AD BOX

ଭାରତରେ ତିଆରି ହେଉଥିବା ଏକ ଖାସ୍‌ ମୋଟରସାଇକେଲ୍ ଏବେ ଚର୍ଚ୍ଚାରେ। ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିଏସ୍‌ଏ ବାଣ୍ଟମ୍ ମୋଟରସାଇକେଲ୍ ଚଳାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ବାଇକ୍‌ଟି ଭାରତରେ ନିର୍ମାଣ ହେଉଛି। 

ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ବିଏସ୍‌ଏ ମୂଳତଃ ଏକ ବ୍ରିଟିସ୍‌ ମୋଟରସାଇକେଲ୍ ବ୍ରାଣ୍ଡ। ବର୍ତ୍ତମାନ ଏହା ମହିନ୍ଦ୍ରା ଗ୍ରୁପ୍‌ର ମାଲିକାନାରେ ରହିଛି ଏବଂ କ୍ଲାସିକ୍ ଲିଜେଣ୍ଡ୍ସ ମାଧ୍ୟମରେ ପରିଚାଳିତ ହେଉଛି।

https://x.com/anandmahindra/status/2094439253174530094?s=20

US Ex President BikeAnand Mahindra's Post Photograph: (internet)

ଆହୁରି ପଢ଼ନ୍ତୁ- Janmashtami: ‘ଶ୍ରୀମଦ୍‌ ଭଗବଦ୍‌ଗୀତାର ମହାନ ବାର୍ତ୍ତା ଆମକୁ ନିଷ୍ଠାର ପଥରେ ଆଗେଇବାକୁ ପ୍ରେରଣା ଦେଇଥାଏ’

କ’ଣ କହିଲେ ବୋରିସ୍ ଜନସନ୍?

ଭିଡିଓରେ ବୋରିସ୍ ଜନସନ୍ କହୁଛନ୍ତି ଯେ, ତାଙ୍କ ପାଖରେ ଭାରତରେ ନିର୍ମିତ ବିଏସ୍‌ଏ ମୋଟରସାଇକେଲ୍ ରହିଛି। ସେ ବିଏସ୍‌ଏ ବାଣ୍ଟମ୍‌କୁ ଭାରତ ଓ ବ୍ରିଟେନ୍‌ ମଧ୍ୟରେ ପ୍ରଯୁକ୍ତି ଓ ଉତ୍ପାଦନ ସହଯୋଗର ଏକ ଭଲ ଉଦାହରଣ ବୋଲି କହିଛନ୍ତି। ପରେ ତାଙ୍କୁ ଏକ ଖୋଲା ସ୍ଥାନରେ ବାଇକ୍ ଚଳାଉଥିବାର ଦେଖିବାକୁ ମିଳୁଛି।

ଆନନ୍ଦ ମହିନ୍ଦ୍ରା ଭିଡିଓଟି ସେୟାର୍‌ କରି ବୋରିସ୍ ଜନସନ୍ ବିଏସ୍‌ଏ ବାଣ୍ଟମ୍‌କୁ ପସନ୍ଦ କରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ସେ ମଜାଳିଆ ଢଙ୍ଗରେ ଏହା ମଧ୍ୟ କହିଛନ୍ତି ଯେ ବିଏସ୍‌ଏ ର ନାମକୁ ‘Boris Small Arms’ କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶା କରୁଛନ୍ତି।

ନୂଆ ବିଏସ୍‌ଏ ବାଣ୍ଟମ୍‌ରେ କ’ଣ ରହିଛି?

ନୂଆ ବିଏସ୍‌ଏ ବାଣ୍ଟମ୍‌ରେ ୩୪୪ସିସିର ଲିକ୍ୱିଡ୍-କୁଲ୍ଡ, ସିଙ୍ଗଲ୍-ସିଲିଣ୍ଡର୍ ଇଞ୍ଜିନ୍ ଦିଆଯାଇଛି। ଏହି ଇଞ୍ଜିନ୍ ପ୍ରାୟ ୨୯ପିଏସ୍‌ ପାୱାର ଓ ୨୯ ଏନ୍‌ଏମ୍‌ ଟର୍କ ଉତ୍ପାଦନ କରେ। ଏହା ସହିତ ୬-ସ୍ପିଡ୍ ଗିଅରବକ୍ସ ମିଳୁଛି। ବାଇକ୍‌ରେ ଆଗ ଓ ପଛ ଦୁଇ ଚକରେ ଡିସ୍କ ବ୍ରେକ୍ ସହିତ ବିଏସ୍‌ ରହିଛି। ଏହାର ଡିଜାଇନ୍‌ରେ ରେଟ୍ରୋ ଲୁକ୍ ଦିଆଯାଇଛି। ଗୋଲ୍‌ ଏଲ୍‌ଇଡି ହେଡଲାଇଟ୍, ସିଙ୍ଗଲ୍-ପିସ୍ ସିଟ୍ ଏବଂ ଗୋଲ ଟେଲ୍ ଲାଇଟ୍ ଏହାକୁ କ୍ଲାସିକ୍ ଲୁକ୍ ଦେଇଛି।

ଆହୁରି ପଢ଼ନ୍ତୁ- Ind vs Pak: ଲଢ଼ିବେ ଭାରତ-ପାକିସ୍ତାନ, ମହିଳା ଏସିଆ କପ୍‌ରେ ଗତଥର କିଏ ମାରିଥିଲେ ବାଜି?

ପୁରୁଣା ବାଣ୍ଟମ୍‌ଠାରୁ କେତେ ଭିନ୍ନ?

ବିଏସ୍‌ଏ ବାଣ୍ଟମ୍ ନାମର ଇତିହାସ ବହୁ ପୁରୁଣା। ମୂଳ ବାଣ୍ଟମ୍ ୧୯୪୮ରୁ ୧୯୭୧ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ନିର୍ମାଣ ହୋଇଥିଲା। ସେତେବେଳେ ଏଥିରେ ୧୨୩ସିସିରୁ ୧୭୩ ସିସି ପର୍ଯ୍ୟନ୍ତ ୨-ଷ୍ଟ୍ରୋକ୍ ଇଞ୍ଜିନ୍ ଦିଆଯାଉଥିଲା।

ନୂଆ ବାଣ୍ଟମ୍ ପୁରୁଣା ମଡେଲ୍‌ର ନାମ ଓ ଡିଜାଇନ୍‌ରୁ ଯଦିଓ ପ୍ରେରଣା ପାଇଛି। କିନ୍ତୁ ଏଥିରେ ଆଧୁନିକ ଇଞ୍ଜିନ୍, ନୂଆ ଟେକ୍ନୋଲୋଜି ଓ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ଦିଆଯାଇଛି।ଭାରତରେ ତିଆରି, କିନ୍ତୁ ଭାରତରେ ବିକ୍ରି ହେଉନାହିଁ। ବିଏସ୍‌ଏ ବାଣ୍ଟମ୍‌ର ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଏହା ଭାରତରେ ତିଆରି ହେଉଥିଲେ ମଧ୍ୟ ବର୍ତ୍ତମାନ ଭାରତୀୟ ବଜାରରେ ବିକ୍ରି ହେଉନାହିଁ। ଏହି ବାଇକ୍‌କୁ ମୁଖ୍ୟତଃ ୟୁକେ ଓ ୟୁରୋପୀୟ ବଜାର ପାଇଁ ତିଆରି କରାଯାଉଛି ଏବଂ ଭାରତରୁ ଅନ୍ୟ ଦେଶକୁ ରପ୍ତାନି କରାଯାଉଛି। ବର୍ତ୍ତମାନ ଭାରତରେ ବିଏସ୍‌ଏ ର ଅନ୍ୟ ମଡେଲ୍‌ ମଧ୍ୟରେ ଗୋଲ୍‌ଡ ଷ୍ଟାର୍‌ ଓ ୬୫୦ ସ୍କ୍ରାମ୍ବଲର୍‌ ଭଳି ବାଇକ୍ ରହିଛି।

ଏକ ପୁରୁଣା ବ୍ରିଟିସ୍‌ ମୋଟରସାଇକେଲ୍ ବ୍ରାଣ୍ଡର ବାଇକ୍ ଭାରତରେ ତିଆରି ହୋଇ ବିଦେଶରେ ବିକ୍ରି ହେବା ଭାରତ-ବ୍ରିଟେନ୍‌ ମଧ୍ୟରେ ଉତ୍ପାଦନ ଓ ପ୍ରଯୁକ୍ତି ସହଯୋଗର ଏକ ରୋଚକ ଉଦାହରଣ ଭାବେ ସାମ୍ନାକୁ ଆସିଛି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.