ARTICLE AD BOX
କଣ୍ଟାମାଳ(ସୁଶୀଳ କୁମାର ମିଶ୍ର): ବୌଦ୍ଧଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ବସରୀ ପଞ୍ଚାୟତ ସଦର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରିଥିବା ଅଭିଯୁକ୍ତ ଜଣକ ସ୍ଥାନୀୟ ସରପଞ୍ଚଙ୍କ ଦିଅର ବୋଲି ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ମିଟୁ କର୍ମୀ ଧରାପଡ଼ିନାହାନ୍ତି।
Firing Case: ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା: ୨ ମହିଳାଙ୍କ ସମେତ ୪ ଗିରଫ
ସୂଚନାନୁସାରେ, ଲମ୍ବସରି ପଞ୍ଚାୟତ ସରପଞ୍ଚଙ୍କ ଦିଅର ମିଟୁ କର୍ମୀ ଉକ୍ତ କୁକୁଡା ଦୋକାନ ନିକଟରେ ବସିଥିଲେ। ଏହି ସମୟରେ, ନିଜ ଶ୍ୱଶୁର ଘରକୁ ଆସିଥିବା ସେହି ପଞ୍ଚାୟତର ଢେଣ୍ଡୋକୁଟି ଗ୍ରାମର ଯୁବକ ପ୍ରାଣବନ୍ଧୁ ବସ୍ତିଆ(୩୫) ଗାଁ ମୁଣ୍ଡ କୁକୁଡା ଦୋକାନକୁ ମାଂସ କିଣିବାକୁ ଆସିଥିଲେ l ପୂର୍ବ ରାଜନୈତିକ ଆକ୍ରୋଶକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଶେଷରେ ମିଟୁ ଉତ୍ତ୍ୟକ୍ତ ହୋଇ ପ୍ରାଣବନ୍ଧୁ ଉପରକୁ ଗୁଳି ଚଳାଇଥିଲା l ସୌଭାଗ୍ୟବଶତଃ ଏହି ଗୁଳି ପ୍ରାଣବନ୍ଧୁଙ୍କ ମୁଣ୍ଡ କିମ୍ବା ଦେହରେ ନ ବାଜି ଗୋଡ଼ରେ ବାଜିଛି।
Angul Shooting: ସାମାନ୍ୟ ବଚସାରୁ ଗୁଳିମାଡ଼, ଅବସରପ୍ରାପ୍ତ ଯବାନଙ୍କ ଡବଲ ବ୍ୟାରେଲ୍ ବନ୍ଧୁକରେ ଯୁବକ ମୃତ
ସ୍ଥାନୀୟ ଲୋକେ ଗୁରୁତର ପ୍ରାଣବନ୍ଧୁଙ୍କୁ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଘଟଣା ସ୍ଥଳରେ କଣ୍ଟାମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ଖବର ଲେଖାଯିବା ବେଳକୁ ଅଭିଯୁକ୍ତ ମିଟୁ ଧରାପଡ଼ିନଥିବା ବେଳେ ଗୁଳିକାଣ୍ଡ କାହିଁକି ଘଟିଲା ବର୍ତ୍ତମାନ ସୁଦ୍ଧା ଏହାର ସଠିକ କାରଣ ଜଣାପଡ଼ିନାହିଁ। ରାଜନୈତିକ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଆନୁମାନ କରୁଛି l

6 days ago
4


