Brazil election: ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ଅଭିଯୋଗ ଆଣିଲେ ରାଷ୍ଟ୍ରପତି ଟ୍ରମ୍ପ

13 hours ago 7
ARTICLE AD BOX

ୱାସିଂଟନ୍: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇଛନ୍ତି। କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନଦେଇ ଏହି ନିର୍ବାଚନରେ ଜାଲିଆତି ହୋଇଥିବା ଭଳି ମନେହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। 

ମେରିଲ୍ୟାଣ୍ଡସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ, ସେ କୌଣସି ପକ୍ଷ ନେଇନାହାନ୍ତି, ମାତ୍ର ଏହି ନିର୍ବାଚନ ସାରା ବିଶ୍ୱ ଆଗରେ ଏକ ଖରାପ ଉଦାହରଣ ସୃଷ୍ଟି କରିଛି ଏବଂ ଏହା ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ମନେହେଉଛି। ତେବେ ବ୍ରାଜିଲ ନିର୍ବାଚନରେ ସେ କିଛି ପଦକ୍ଷେପ ନେବେ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ, ସେ ଆମେରିକା ଶାସନ କରୁଛନ୍ତି, ବ୍ରାଜିଲ୍ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।

Donald Trump: ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ବଡ଼ ଭୁଲ୍, ବ୍ରାଜିଲ ବଦଳରେ ଭାରତର ନାମ ଲେଖିଲେ ଟ୍ରମ୍ପ

ଏହି ନିର୍ବାଚନରେ ବାମପନ୍ଥୀ ନେତା ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ନିଜର ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଫ୍ଲାଭିଓ ବୋଲସୋନାରୋ ହେଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେୟାର ବୋଲସୋନାରୋଙ୍କ ପୁଅ, ଯାହାଙ୍କୁ ଟ୍ରମ୍ପ ପୂର୍ବରୁ ସମର୍ଥନ କରିଆସୁଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ଫ୍ଲାଭିଓ ନିଜର ପରାଜୟ ସ୍ୱୀକାର ନକରି ଏହି ଫଳାଫଳକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଅପରପକ୍ଷରେ, ନିର୍ବାଚନ ସଂଖ୍ୟାକୁ ସନ୍ଦେହ କରିବା ଅସମ୍ଭବ ଏବଂ ଆମେରିକା ଶେଷରେ ଲୁଲାଙ୍କ ବିଜୟକୁ ସ୍ୱୀକୃତି ଦେବ ବୋଲି ବ୍ରାଜିଲ୍ ଅଧିକାରୀମାନେ ଆଶା ବ୍ୟକ୍ତ କରିଛନ୍ତି। 

ବ୍ରାଜିଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯଦି ଟ୍ରମ୍ପ ସ୍ୱୀକୃତି ନଦିଅନ୍ତି, ତେବେ ବେଶୀରୁ ବେଶୀ କୂଟନୈତିକ ସମ୍ପର୍କ ବିଚ୍ଛିନ୍ନ ହୋଇପାରେ, ଯାହାର ଫାଇଦା ଚୀନକୁ ମିଳିବ। କିନ୍ତୁ ଆମେରିକା ବ୍ରାଜିଲରେ ନିଜର କଠକଣ୍ଢେଇ ସରକାର ଗଢ଼ିବା ପାଇଁ ଆକ୍ରମଣ କରିପାରିବ ନାହିଁ, କାରଣ ବ୍ରାଜିଲ୍ ଭେନେଜୁଏଲା ନୁହେଁ। ଅନ୍ୟପଟେ, ଟ୍ରମ୍ପଙ୍କ ନିକଟତର ସହଯୋଗୀ ସ୍ଟିଭ୍ ବ୍ୟାନନ୍ ଆମେରିକା ସରକାରଙ୍କୁ ବ୍ରାଜିଲ୍ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଆହ୍ୱାନ ଦେଇଛନ୍ତି। ସାଓ ପାଉଲୋଠାରେ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି ବିଜୟୀ ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବ୍ରାଜିଲରେ ଗଣତନ୍ତ୍ର ସଦାସର୍ବଦା ବଜାୟ ରହିବ ଏବଂ ଏକଛତ୍ରବାଦ ଓ ଫାସିବାଦର ଭବିଷ୍ୟତରେ କେବେହେଲେ ପ୍ରତ୍ୟାବର୍ତ୍ତନ ହେବନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.