ARTICLE AD BOX
ରାସ୍ତାକଡ଼ରେ ପାର୍କିଂ ହୋଇଥିଲା ଦାମୀ କାର୍। ହଠାତ୍ ଗୋଟିଏ ଷଣ୍ଢ ଆସି ନିଜ ଶିଙ୍ଗରେ କାର୍କୁ ଧକ୍କା ଦେଇ ଭାଙ୍ଗି ଚୁରମାର କରିଦେଲା। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି ।
ଥରେ ଭାବନ୍ତୁ ତ ଆପଣ ରାସ୍ତାକଡ଼ରେ ନିଜର ଦାମୀ କାର୍ଟିକୁ ପାର୍କିଂ କରିଛନ୍ତି। ହେଲେ ହଠାତ୍ କେଉଁଠୁ ଏକ ବିରାଟକାୟ ଷଣ୍ଢ ଆସି ଆପଣଙ୍କ କାର୍ ଉପରେ ଆକ୍ରମଣ କରୁଛି। କିଛି ବୁଝିବା ପୂର୍ବରୁ ଆଖି ଆଗରେ ଆପଣଙ୍କର ଦାମୀ କାର୍ଟି ଭାଙ୍ଗିରୁଜି ଯାଉଛି। ହେଲେ ଅସହାୟ ହୋଇ କେବଳ ଦେଖିବା ଛଡ଼ା ଆପଣ ଆଉ କିଛି କରିପାରୁ ନାହାନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭାରୀ କାରକୁ ଷଣ୍ଢଟି ନିଜ ଶିଙ୍ଗରେ ଧକ୍କା ଦେଇ ଠେଲି ନେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
3


