Bus owners' union: ପୁଣି ତେଜିଲା ବସ୍‌ ମାଲିକ ସଂଘ ବିବାଦ

6 days ago 5
ARTICLE AD BOX

ଖଣ୍ଡଗିରି: ଆଜି ପୁଣି ଥରେ ଭୁବନେଶ୍ବର ବସ୍‌ ମାଲିକ ସଂଘ ଓ ବରଗଡ଼ ଜିଲ୍ଲା ବସ୍‌ ମାଲିକ ସଂଘ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଛି। ବସ୍‌ ସମୟ ସାରଣୀକୁ ନେଇ ବିବାଦର ସୂତ୍ରପାତ ହୋଇଥିବା ବେଳେ ବରଗଡ଼ ଅଭିମୁଖେ ଯିବାକୁ ଥିବା ୭ଟି ବସ୍‌କୁ ଭୁବନେଶ୍ବର ବସ୍‌ ମାଲିକ ସଂଘ ପକ୍ଷରୁ ବସ୍‌ଷ୍ଟାଣ୍ଟ ପରିସରରେ ଅଟକ ରଖାଯାଇଛି। ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁ ଯାତ୍ରୀମାନଙ୍କୁ କଲବଲ ହେବାକୁ ପଡ଼ିଛି। ଅପରପକ୍ଷେ, ଗତକାଲି ବରଗଡ଼ ବସ୍‌ ମାଲିକ ସଂଘର ଦୁଇଜଣ ଚାଳକଙ୍କୁ ଭୁବନେଶ୍ବର ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଆକ୍ରମଣ କରିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗତକାଲି ଉଭୟପକ୍ଷଙ୍କୁ ଥାନାକୁ ଡକାଇ ଆଲୋଚନା ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଥିଲା। 

Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ମାତ୍ର ଆଜି ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଭୁବନେଶ୍ବର ବସ୍‌ ମାଲିକ ସଂଘର ସଦସ୍ୟଙ୍କ କହିବା ଅନୁଯାୟୀ, ଭୁବନେଶ୍ବରରୁ ବରଗଡ଼ ଅଭିମୁଖେ ଯାଉଥିବା ବିଭିନ୍ନ ବସ୍‌ର ନିର୍ଦ୍ଦିଷ୍ଟ ସମୟ ରହିଛି। ତେବେ ବରଗଡ଼ ବସ୍‌ ମାଲିକ ସଂଘ ନିଜର ଦୁଇଟି ନୂଆ ବସ୍‌, ଭୁବନେଶ୍ବର ସଂଘର ଚାଲୁଥିବା ଦୁଇଟି ବସ୍‌ର ପାଖାପାଖି ସମୟରେ ଚଳାଉଛି। ଫଳରେ ବ୍ୟବସାୟରେ କ୍ଷତି ହେଉଥିବା ନେଇ ଭୁବନେଶ୍ବର ବସ୍‌ ମାଲିକ ସଂଘ ଅଭିଯୋଗ କରିଛି। ଏନେଇ ୫ ଦିନ ଧରି ବରଗଡ଼ରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ସଂଘର ବସ୍‌ଗୁଡ଼ିକୁ ବରଗଡ଼ ବସ୍‌ ମାଲିକ ସଂଘ ଅଟକାଉଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଭୁବନେଶ୍ବର ବସ୍‌ ମାଲିକ ସଂଘ ବରଗଡ଼ ସଂଘର ବସ୍‌କୁ ଅଟକାଇଥିବା ଜଣାପଡ଼ିଛି।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ

ଗତକାଲି ଏହି ଦୁଇ ବସ୍‌ ମାଲିକ ସଂଘ ମୁହାଁମୁହିଁ ହୋଇ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଧସ୍ତାଧସ୍ତିରେ ବରଗଡ଼ ବସ୍‌ମାଲିକ ସଂଘର ଦୁଇଜଣ ଚାଳକ ଆହତ ହୋଇଥିଲେ। ଆଜି ପୁଣି ଥରେ ବସ୍‌କୁ ଅଟକାଇ ରଖିବା ଫଳରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରିସରରେ ଉତ୍ତେଜନାମୂୂଳକ ପରିସ୍ଥିତି ଉପୁଜିଛି। ଭରତପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ ପୁଲିସ ମୁତୟନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.