ARTICLE AD BOX
ନୂଆଦିଲ୍ଲୀ: କାନାଡ଼ାରେ ଖଲିସ୍ତାନୀ ସମର୍ଥିତ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜାର ହତ୍ୟା ଘଟଣାର ୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ଏଥିପାଇଁ ନିଜକୁ ଦାୟୀ କରିଛି। ଗୋଲ୍ଡି ଦାବି କରିଛି ଯେ, ନିଜାର ହତ୍ୟା ମାମଲାରେ ତା’ର ଏବଂ ତା’ ଗ୍ୟାଙ୍ଗ୍ର ହାତ ରହିଛି। ବ୍ରିଟେନ୍ରେ ଥିବା ଖଲିସ୍ତାନୀ ଆତଙ୍କବାଦୀପରମଜିତ ସିଂହ ପମ୍ମା ସହ ଆଲୋଚନାରେ ଗୋଲ୍ଡି କହିଛି ଯେ ଡ୍ରଗ୍ସ ନେଟୱର୍କ ସହ ଜଡ଼ିତ ଲୋକଙ୍କୁ ଏବଂ ଯୁବକମାନଙ୍କୁ ଶୋଷଣ କରୁଥିବା ଲୋକଙ୍କୁ ନିଜାର ସମର୍ଥନ କରୁଥିବାରୁ ସେ ଓ ତା’ ସହଯୋଗୀମାନେ ନିଜାରକୁ ହତ୍ୟା କରିଥିଲେ। ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ସହ କଥାବାର୍ତ୍ତାର ଅଡିଓ ଲିକ୍ ହେବା ପରେ ଏହା ଜଣାପଡ଼ିଛି।
ଆହୁରି ପଢନ୍ତୁ : MMDR 2026 controversy ବକେୟା ଖଣି ଟିକସ ଆଦାୟ ହେଲେ ପ୍ରତି ଓଡ଼ିଆଙ୍କୁ ମିଳିବ ୨୨ହଜାର: କଂଗ୍ରେସ
ଗୋଲ୍ଡି ଦାବି କରିଛି ଯେ ଯେଉଁମାନେ ୧୬ରୁ ୧୭ ବର୍ଷ ବୟସର ଯୁବକମାନଙ୍କୁ ଡ୍ରଗ୍ସ ବିକ୍ରି କରିବାକୁ ପ୍ରଲୋଭିତ କରୁଥିଲେ ଏବଂ ଉସକାଉଥିଲେ ଓ ଯୁବକମାନଙ୍କୁ ବ୍ଲାକମେଲ୍ କରି ଡ୍ରଗ୍ସ ବିକ୍ରି କରିବା ସହ ଗୁପ୍ତ ସୂଚନାଦାତା ହେବାକୁ ବାଧ୍ୟ କରୁଥିଲେ ନିଜାର ସେହି ଲୋକମାନଙ୍କୁ ସମର୍ଥନ କରୁଥିଲା। ସେଥିପାଇଁ ଗୋଲ୍ଡିର ଟିମ୍ ତାକୁ ହତ୍ୟା କରିଛନ୍ତି ବୋଲି ସେ କହିଛି। ନିଜାର ମଧ୍ୟ ଅବୈଧ ଅସ୍ତ୍ର କାରବାରରେ ଜଡ଼ିତ ଥିଲା ବୋଲି ଗୋଲ୍ଡି ଦାବି କରିଛି। ଏହାକୁ ସେ ହତ୍ୟାର ଅନ୍ୟ ଏକ କାରଣ ଭାବେ ଉଲ୍ଲେଖ କରିଥିବା ଦାବି କରାଯାଇଛି। ତେବେ କଥାବାର୍ତ୍ତା ସମୟରେ ଗୋଲ୍ଡି ବ୍ରାର୍ ନିଜେ ଡ୍ରଗ୍ସ ସମ୍ବନ୍ଧୀୟ କାରବାରରେ ଜଡ଼ିତ ଥିବା ଅଭିଯୋଗକୁ ଖଣ୍ଡନ କରିଛି।

3 days ago
4


