Chennai Super Kings: ସିଏସ୍‌କେକୁ ଫେରିଲେ ମର୍କେଲ, ମୋହିତ

7 hours ago 6
ARTICLE AD BOX

ଚେନ୍ନାଇ: ଆଗାମୀ ଆଇପିଏଲ୍‌ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ସପୋର୍ଟ ଷ୍ଟାଫ୍‌ଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳର ଦୁଇ ପୂର୍ବତନ ଖେଳାଳି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲ୍‌ରାଉଣ୍ଡର ଆଲ୍‌ବି ମର୍କେଲ ଓ ଭାରତର ପୂର୍ବତନ ଦ୍ରୁତ ବୋଲର ‌ମୋହିତ ଶର୍ମାଙ୍କ ନାଁ ରହିଛି। ମର୍କେଲଙ୍କ ସହ ପୂର୍ବତନ ଇଂଲିସ୍‌ ଖେଳାଳି ଗାରେଥ୍‌ ବାଟିଙ୍କୁ ସହଯୋଗୀ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ତେବେ ମୋହିତଙ୍କୁ ବୋଲିଂ ପ୍ରଶିକ୍ଷକ ଭାବେ ଭାବେ ନିଯୁକ୍ତ କରାଯାଇଛି।

ଆଇପିଏଲ୍‌ ମୁକୁଟ ଜିତିବାରେ ମର୍କେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା

ସିଏସ୍‌କେ ୨୦୧୦ ଓ ୨୦୧୧ରେ ଲଗାତାର ଦୁଇଥର ଆଇପିଏଲ୍‌ ମୁକୁଟ ଜିତିବାରେ ମର୍କେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ମର୍କେଲ ସଂପ୍ରତି ଏସ୍‌ଏ୨୦ରେ ଜୋବର୍ଗ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ବାଟି ହେଉଛନ୍ତି ସରେର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ। ସିଏସ୍‌କେରୁ ୨୦୧୪, ୨୦୧୫ ଓ ୨୦୧୯ରେ ଖେଳିଥିଲେ ମୋହିତ। ୨୦୧୪ ସଂସ୍କରଣରେ ସେ ୧୬ ମ୍ୟାଚ୍‌ରୁ ୨୩ ୱିକେଟ୍‌ ନେଇ ବଇଗଣି ଟୋପି ପାଇଥିଲେ। ଜେମ୍ସ ଫୋଷ୍ଟର ଓ ଶ୍ରୀଧରନ ଶ୍ରୀରାମ ପୂର୍ବ ପରି ଦଳର ଫିଲ୍ଡିଂ ଓ ସହଯୋଗୀ ଦାୟିତ୍ବରେ ରହିବେ। ଜାହିର ଖାନ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି।

ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିଲା: ଗର୍ଭବତୀ ସାମ୍ବାଦିକଙ୍କୁ ଧକ୍କା ଦେବା ମାମଲାରେ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.