Cheque Bounce Case ଚେକ୍ ବାଉନ୍ସ ମାମଲା: ଦୋଷୀଙ୍କୁ ୬ ମାସ ଜେଲ, ୩.୪୦ ଲକ୍ଷ ଜରିମାନା

47 minutes ago 2
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ):  ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ବାରିପଦା ବିଚାର  ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଶୁଭ୍ରାଂଶୁ ଠାକୁର ଦୋଷୀଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । 

ଦୁଷ୍କର୍ମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ
ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା  ରେମୁଣା ଥାନା ଜାନୁଗଞ୍ଜ ଅଞ୍ଚଳର ଚିତ୍ତରଞ୍ଜନ l ଅଭିଯୋଗ  ଅନୁଯାୟୀ, ଚିତ୍ତରଞ୍ଜନ ଏକ ନିଲାମ ଗାଡ଼ି ବିକ୍ରି କରିବାର ପ୍ରତିଶ୍ରୁତି ଦେଇ ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟାର ଶରତ ଚନ୍ଦ୍ର ପାଣିଙ୍କଠାରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ଗାଡ଼ି ଯୋଗାଇ ନ ପାରିବାରୁ ଶରତଙ୍କୁ ସେ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ  କରିଥିଲେ। ମାତ୍ର ଚେକ୍‌ଟି ବାଉନ୍ସ ହୋଇଯାଇଥିଲା। ଏନେଇ ଶରତ ଜେଏସ୍ଏଫସି-୧ଙ୍କ କୋର୍ଟରେ ମାମଲା ଦାୟର କରିଥିଲେ । ସାକ୍ଷ୍ୟ ପ୍ରମାଣକୁ ଆଧାର  କରି ଉକ୍ତ ମାମଲା ନଂ.୧୬୮/୨୦୧୨ରେ ମାଜିଷ୍ଟ୍ରେଟ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

ବମ୍ବେ ହାଇକୋର୍ଟ ରାୟ: ଏକାଧିକ ବିବାହ ପଂଜୀକରଣ କରିପାରିବେ ମୁସ୍‌ଲିମ ପୁରୁଷ

ଅଭିଯୋଗକାରୀ ଶରତ ଚନ୍ଦ୍ର ପାଣିଙ୍କ ପକ୍ଷରୁ ଆଇନଜୀବୀ ବଟକୃଷ୍ଣ ପାଢ଼ୀ ମାମଲା ପରିଚାଳନା କରୁଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.