Chess: କେମରଙ୍କୁ ହରାଇ ଫାଇନାଲର ନିକଟତର ହେଲେ ପ୍ରଜ୍ଞାନନ୍ଦ

3 days ago 3
ARTICLE AD BOX

ସେଣ୍ଟ ଲୁଇସ୍‌:ଜର୍ମାନୀର ଗ୍ରାଣ୍ଡମାଷ୍ଟର ଭିନ୍ସେଣ୍ଟ କେମରଙ୍କୁ ପରାସ୍ତ କରି ଭାରତୀୟ ତାରକା ଆର୍‌. ପ୍ରଜ୍ଞାନନ୍ଦ ଗ୍ରାଣ୍ଡ ଚେସ୍ ଟୁର୍‌ର ଚୂଡ଼ାନ୍ତ ଇଭେଣ୍ଟ ଫାଇନାଲର ନିକଟତର ହୋଇଛନ୍ତି। ପ୍ରଜ୍ଞାନନ୍ଦ ସେମିଫାଇନାଲ୍‌ ମ୍ୟାଚ୍‌ରେ ୯-୩ ପଏଣ୍ଟରେ ଆଗୁଆ ରହିଛନ୍ତି।

ମୁକାବିଲା ଆରମ୍ଭରୁ ରୋମାଞ୍ଚକ ଥିଲା

ସେଣ୍ଟ ଲୁଇସ୍‌ରେ ଖେଳାଯାଇଥିବା ମୁକାବିଲାଟି ଆରମ୍ଭରୁ ରୋମାଞ୍ଚକ ରହିଥିଲା। ଧଳା ଘୋଡ଼ାରେ ଖେଳୁଥିବା ପ୍ରଜ୍ଞାନନ୍ଦଙ୍କ ପ୍ରାରମ୍ଭିକ ଚାଲ୍‌ରେ କିଛି ତ୍ରୁଟି ଦେଖାଯାଇଥିଲା। କେମର ଏହାର ଫାଇଦା ଉଠାଇ ପ୍ରଜ୍ଞାନନ୍ଦଙ୍କ ରାଜା ଉପରେ ଚାପ ବଢ଼ାଇଥିଲେ। ତେବେ କେମର ଏକ ରଣନୈତିକ ଭୁଲ୍ କରିବା ପରେ ଖେଳର ଗତି ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ସପକ୍ଷରେ ଯାଇଥିଲା। ଦ୍ୱିତୀୟ ଟାଇମ୍ କଣ୍ଟ୍ରୋଲ୍ ପରେ ପ୍ରଜ୍ଞାନନ୍ଦ ନିଜ ଆକ୍ରମଣକୁ ଆହୁରି ତୀବ୍ର କରିଥିଲେ। ସେ କେମରଙ୍କ ରାଜାକୁ ମାତ୍ ଦେବାର ଖୁବ୍ ନିକଟରେ ପହଞ୍ଚିବା ପରେ ୫୫ତମ ଚାଲ୍‌ରେ ଜର୍ମାନ ଖେଳାଳି ପରାଜୟ ସ୍ବୀକାର କରିଥିଲେ। ଏହି ବିଜୟ ପରେ ୪.୫ ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଯିବା ପାଇଁ ପ୍ରଜ୍ଞାନନ୍ଦ ଆଉ ମାତ୍ର ୬ ପଏଣ୍ଟ ଦୂରରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟ ବିଜେତାଙ୍କ ପାଇଁ ୨ ଲକ୍ଷ ଡଲାର ପୁରସ୍କାର ରହିଛି।

Cricket: ୧୪୦ ବର୍ଷ ପୁରୁଣା କୀର୍ତ୍ତିମାନ ଭାଙ୍ଗିଲେ ଶରିଫୁଲ୍‌ ଇସଲାମ

ଏହାପରେ ଆହୁରି ଦୁଇଟି ରାପିଡ୍ ଗେମ୍ ଖେଳାଯିବ। ରାପିଡ୍‌ରେ ଗୋଟିଏ ବିଜୟ ପାଇଁ ୪ ପଏଣ୍ଟ ମିଳିବ। ଏହାପରେ ୪ଟି ବ୍ଲିଜ୍‌ ଗେମ୍ ରହିଛି ଏବଂ ପ୍ରତ୍ୟେକ ବିଜୟ ପାଇଁ ୨ ପଏଣ୍ଟ ଦିଆଯିବ। ଏହି ହିସାବରେ ୯-୩ର ଅଗ୍ରଣୀ ପ୍ରଜ୍ଞାନନ୍ଦାଙ୍କୁ ଫାଇନାଲରେ ପହଞ୍ଚିବା ପାଇଁ ଦୃଢ଼ ସ୍ଥିତିରେ ରଖିଛି। ଅନ୍ୟ ସେମିଫାଇନାଲରେ ଆମେରିକାର ଫାବିଆନୋ କାରୁଆନା ନିଜ ଦେଶର ୱେସ୍‌ଲି ସୋ’ଙ୍କ ବିପକ୍ଷରେ ଜିତିବା ଭଳି ସ୍ଥିତିରେ ଥାଇ ମଧ୍ୟ ସୁଯୋଗ ହାତଛଡ଼ା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.