Chess: ଭାରତୀୟ ବଂଶୋଦ୍ଭବ ବୋଧନା ସର୍ବକନିଷ୍ଠ ଆଇଏମ୍‌

3 days ago 5
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ଇଂଲିସ୍‌ ଚେସ୍‌ ଖେଳାଳି ବୋଧନା ଶିବାନନ୍ଦନ ମାତ୍ର ୧୧ ବର୍ଷ ବୟସରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ହୋଇ ଇତିହାସ ରଚିଛନ୍ତି। ହଙ୍ଗେରୀର ଜୁଡିତ ପୋଲଗାରଙ୍କ ନାମରେ ଥିବା ୩୮ ବର୍ଷର ରେକର୍ଡ ଭାଙ୍ଗି ବୋଧନା ସର୍ବକନିଷ୍ଠ ମହିଳା ଆଇଏମ୍‌ ‌ହେବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ଉତ୍ତର ଲଣ୍ଡନର ହାରୋରେ ରହୁଥିବା ବୋଧନା ସର୍ବକନିଷ୍ଠ ଶୀର୍ଷ ୧୦ ଜଣ ଆଇଏମ୍‌ଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିରେ ଭାରତର ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ, ଉଜବେକିସ୍ତାନର ନୋଦିର୍ବେକ ଅବ୍‌ଦୁସାତୋରୋଭ, ଆର୍ଜେଣ୍ଟିନାର ଫୌଷ୍ଟିନୋ ଓରୋ, ତୁର୍କିର ୟାଗିଜ କାନ୍‌ ଏର୍ଡୋଗମୁସ ଓ ରୁଷିଆର ରୋମାନ ସୋଗଝିଏଭ୍‌ ରହିଛନ୍ତି। 

Accident: ରେଳବାଇର ଗେଟ୍‌କୁ ଧକ୍କା ଦେଲା ଟାଟାଏସି

ୟୁରୋପୀୟ ମହିଳା ଚେସ୍‌ କ୍ଲବ୍‌ କପ୍‌ର ଶେଷ ରାଉଣ୍ଡରେ ବୋଧନା ଜିତି ଏହି ସଫଳତା ପାଇଛନ୍ତି। ସେ ୭ଟି ରାଉଣ୍ଡରୁ ୫.୫ ପଏଣ୍ଟ ହାସଲ କରିଛନ୍ତି। ଏହି ପ୍ରତି‌ଯୋଗିତାର ତୃତୀୟ ରାଉଣ୍ଡରେ ବେଲାରୁଷ ଆଇଏମ୍‌ ଓଲ୍‌ଗା ବାଦେଲ୍‌କାଙ୍କୁ କରିବା ପରେ ବୋଧନାଙ୍କ ରେଟିଂ ୨୩୯୯.୪ରେ ପହଞ୍ଚିଥିଲା। ପରବର୍ତ୍ତୀ ରାଉଣ୍ଡରେ ଜର୍ଜିଆର ଗ୍ରାଣ୍ଡମାଷ୍ଟର ନିନୋ ବାତ୍ସିଆଶଭିଲିଙ୍କ ସହ ମ୍ୟାଚ୍‌ ଅମୀମାଂସିତ ରଖିଥିଲା ବେଳେ ଶେଷ ରାଉଣ୍ଡରେ ସ୍ୱିଡେନ୍‌ର ମହିଳା ଆଇଏମ୍‌ ଭିକ୍ଟୋରିଆ ଜୋହାନସନ୍‌ଙ୍କୁ ପରାସ୍ତ କରି ସେ ଏହି ମାନ୍ୟତା ପାଇଥିଲେ।

DMFରୁ ପଡ଼ୋଶୀ ଜିଲ୍ଲାକୁ ୭୦ ଭାଗ ଅନୁଦାନ ବିରୁଦ୍ଧରେ ତେଜୁଛି ସ୍ବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.