Class 10 Student Gives Birth: ସାତମାସର ଗର୍ଭବତୀ ଥିଲେ ଦଶମ ଶ୍ରେଣୀ ଛାତ୍ରୀ; ଡାକ୍ତରଖାନାରେ ଜନ୍ମ ଦେଲେ ଶିଶୁ

1 hour ago 2
ARTICLE AD BOX

ବୈଶିଙ୍ଗା (ଦୀପକ କୁମାର ସିଂହ):ମୟୂରଭଞ୍ଜଜିଲ୍ଲା ବେତନଟୀ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ସାତମାସର ଗର୍ଭବତୀ ଥିବାବେଳେ ବୁଧବାର ସକାଳେ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡ଼ିଛି। ଘଟଣାଟି ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଓ ଯତ୍ନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବେତନଟୀ ବ୍ଲକ ଅଞ୍ଚଳର ଜଣେ ଛାତ୍ରୀ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀନିବାସରେ ରହି ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ମଙ୍ଗଳବାର ହଠାତ୍ ଅସୁସ୍ଥ ଅନୁଭବ କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ସମୟରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାପରେ କାର୍ଯ୍ୟରତ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୁଧବାର ସକାଳେ ଛାତ୍ରୀ ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି।

Jamui: ଜାମୁଇରେ ଦଶମ ଶ୍ରେଣୀର ଦୁଇ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଭିଡିଓ ଭାଇରାଲ୍‌ ପରେ ୩ ଗିରଫ, ଏସ୍‌ଆଇଟି ଗଠନ

ତେବେ ଛାତ୍ରୀଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ନେଇ କେତେକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏହାର ସରକାରୀ ପୁଷ୍ଟି ମିଳିନାହିଁ। ଘଟଣା ସମ୍ପର୍କରେ ଏଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଘଟଣାର ସବିଶେଷ ତଥ୍ୟ ଜାଣିବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ଏଭଳି ସ୍ଥିତିରେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ଅବଗତ ଥିଲେ କି ନାହିଁ, ଏବଂ ଘଟଣାର ପ୍ରକୃତ ପୃଷ୍ଠଭୂମି କ’ଣ, ତାହା ଏବେ ତଦନ୍ତ ଓ ସ୍ପଷ୍ଟୀକରଣ ଅପେକ୍ଷାରେ ରହିଛି।ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଓ ପୃଷ୍ଠଭୂମି ସରକାରୀ ତଥ୍ୟ ମିଳିବା ପରେ ହିଁ ସ୍ପଷ୍ଟ ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.