ARTICLE AD BOX
ଚେନ୍ନାଇ: ଚେନ୍ନାଇରେ ସୁପ୍ରିମ୍କୋର୍ଟର ଏକ ସ୍ଥାୟୀ ଖଣ୍ଡପୀଠ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗକୁ ସୁପ୍ରିମ୍କୋର୍ଟଙ୍କ ନିକଟରେ ପୁଣିଥରେ ଉଠାଇବାକୁ ଅନୁରୋଧ କରିଛନ୍ତି। ଏହା କେବଳ ତାମିଲନାଡୁ ନୁହେଁ, ଦକ୍ଷିଣ ଭାରତର ସମସ୍ତ ରାଜ୍ୟର ମକଦ୍ଦମାକାରୀଙ୍କ ପାଇଁ ସୁବିଧାଜନକ ହେବ ବୋଲି ସେ ଦର୍ଶାଇଛନ୍ତି।
ବିଜୟ ନିଜ ଚିଠିରେ କହିଛନ୍ତି ଯେ ଚେନ୍ନାଇରେ ସୁପ୍ରିମ୍କୋର୍ଟର ଖଣ୍ଡପୀଠ ପ୍ରତିଷ୍ଠା କରିବା ଦାବି ଦୀର୍ଘଦିନର। ୧୯୮୦ ମସିହାରୁ ତାମିଲନାଡୁ ଏହି ଦାବି ଉଠାଇ ଆସୁଛି। ୧୯୭୯ରେ ଅନୁଷ୍ଠିତ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ମଧ୍ୟ ଦକ୍ଷିଣ ଭାରତର ମକଦ୍ଦମାକାରୀଙ୍କୁ ନ୍ୟାୟ ପାଇଁ ନୂଆଦିଲ୍ଲୀ ଯିବାକୁ ପଡ଼ୁଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ଆହୁରି ପଢନ୍ତୁ : Markandeya Katju: ଜୀବନରେ କେବେ ଭୋଟ୍ ଦେଇନାହିଁ, ଆଗକୁ ବି ଦେବିନି: ମାର୍କଣ୍ଡେୟ କାଟ୍ଜୁ
ସମ୍ବିଧାନର ଧାରା ୧୩୦କୁ ଉଲ୍ଲେଖ କରି ବିଜୟ କହିଛନ୍ତି ଯେ ଭାରତର ପ୍ରଧାନ ବିଚାରପତି ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଦିଲ୍ଲୀ ବାହାରେ ଅନ୍ୟ ସ୍ଥାନରେ ମଧ୍ୟ ସୁପ୍ରିମ୍କୋର୍ଟର ଅଧିବେଶନ କରିପାରିବେ। ସମ୍ବିଧାନ ପ୍ରଣେତାମାନେ ଧନୀ ହୁଅନ୍ତୁ ବା ଗରିବ, ସମସ୍ତ ନାଗରିକଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିବାର ସମାନ ସୁଯୋଗ ଦେବାକୁ ଚାହିଥିଲେ। କିନ୍ତୁ ଦିଲ୍ଲୀଠାରୁ ଦୂରତା ଏବଂ ଯାତାୟାତ ଓ ମାମଲା ପରିଚାଳନାର ଅଧିକ ଖର୍ଚ୍ଚ ଯୋଗୁଁ ଦକ୍ଷିଣ ଭାରତର ଅନେକ ଲୋକ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଚେନ୍ନାଇରେ ଖଣ୍ଡପୀଠ ହେଲେ ନ୍ୟାୟପାଳିକାର ସ୍ୱାଧୀନତା ପ୍ରଭାବିତ ହେବନାହିଁ, କାରଣ ଏହାର ପ୍ରଶାସନିକ ନିୟନ୍ତ୍ରଣ ପ୍ରଧାନ ବିଚାରପତିଙ୍କ ହାତରେ ରହିବ ବୋଲି ସେ ଚିଠିରେ ସ୍ପଷ୍ଟ କରିଛନ୍ତି।

55 minutes ago
3


