Cricket: ଏସୀୟ କ୍ରୀଡ଼ାରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଧାସଳଖ

1 day ago 5
ARTICLE AD BOX

Cricket: ଏସୀୟ କ୍ରୀଡ଼ାରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୮ରେ ଜାପାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଗତ ହାଂଗଝୁ ଏସୀୟ କ୍ରୀଡ଼ାରେ କ୍ରିକେଟ୍‌ର ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତ ଏଥର ମଧ୍ୟ ସ୍ୱର୍ଣ୍ଣ ପଦକର ପ୍ରମୁଖ ଦାବିଦାର ଭାବେ ପ୍ରତିଯୋଗିତାକୁ ଓହ୍ଲାଇବ। ପୁରୁଷ କ୍ରିକେଟ୍‌ରେ ମୋଟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଭାରତ ସହ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧାସଳଖ କ୍ୱାର୍ଟରଫାଇନାଲ ଖେଳିବେ। 

ଭାରତ କ୍ୱାର୍ଟରଫାଇନାଲ-୨ରେ ସ୍ଥାନ ପାଇଥିବା ବେଳେ ପାକିସ୍ତାନ କ୍ୱାର୍ଟରଫାଇନାଲ-୧ରେ ଖେଳିବ। ଭାରତ କ୍ୱାର୍ଟରଫାଇନାଲରେ ଗ୍ରୁପ୍‌-ଏ’ର ଦ୍ୱିତୀୟ ସ୍ଥାନରେ ରହିବାକୁ ଥିବା ଦଳକୁ ଭେଟିବ। ଗ୍ରୁପ୍‌-ଏ’ରେ ଆଫଗାନିସ୍ତାନ, ଜାପାନ ଓ ନେପାଳ ରହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଗ୍ରୁପ୍‌-ବି’ର ଉପବିଜେତା ଦଳ ବିପକ୍ଷରେ ଖେଳିବ। ଗ୍ରୁପ୍‌-ବି’ରେ ହଂକଂ, ଚୀନ୍‌, ମାଲେସିଆ ଓ ଓମାନ ରହିଛନ୍ତି। 

ପ୍ରତ୍ୟେକ ଗ୍ରୁପ୍‌ର ଶୀର୍ଷ ଦୁଇଟି ଦଳ ସହ ୮ଟି ଦଳକୁ ନେଇ କ୍ବାର୍ଟର ଫାଇନାଲ୍‌ ଖେଳାଯିବ। ଏଥର ସେମିଫାଇନାଲ୍‌ ଡ୍ର’ରେ ଭାରତ ଓ ପାକିସ୍ତାନକୁ ଭିନ୍ନ ପାର୍ଶ୍ୱରେ ରଖାଯାଇଛି। ତେଣୁ ଦୁଇ ଦଳ ସେମିଫାଇନାଲରେ ପରସ୍ପରକୁ ଭେଟିପାରିବେ ନାହିଁ। ଉଭୟ ଦଳ ନିଜ ନିଜ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲ ଜିତିଲେ ଅକ୍ଟୋବର ୩ରେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଲଢ଼େଇ ଦେଖିବାକୁ ମିଳିପାରେ। ଅନ୍ୟପକ୍ଷରେ ସେମିଫାଇନାଲରେ ଉଭୟ ଦଳ ହାରିଲେ ସେହି ଦିନ ହିଁ କାଂସ୍ୟ ପଦକ ପାଇଁ ପରସ୍ପରକୁ ଭେଟିପାରନ୍ତି। ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୮ରେ ଜାପାନ ବିପକ୍ଷରେ ଖେଳିବ। ମହିଳା କ୍ରିକେଟ୍‌ର ଫାଇନାଲ୍‌ ସେପ୍ଟେମ୍ବର ୨୨ରେ ଖେଳାଯିବ।

ଏଥର ବିସିସିଆଇର ବାର୍ଷିକ ଚୁକ୍ତି ତାଲିକାରେ ସାମିଲ୍‌ ହେଲେ ଶ୍ରେୟସ ଆୟର ଏବଂ ଇଶାନ କିଷନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.