Cryptocurrency scam: ୨ଶହ କୋଟିର କ୍ରିପ୍ଟୋ କରେନ୍ସି ସ୍କାମ୍‌: ଜଗତସିଂହପୁରରୁ ବନ୍ଧାହେଲା ମାଷ୍ଟର୍‌ମାଇଣ୍ଡ, ୮ ରାଜ୍ୟରେ ସକ୍ରିୟ

1 week ago 3
ARTICLE AD BOX

ଭୁବନେଶ୍ୱର: ଫେସ୍‌ବୁକ୍‌, ଇନ୍‌ଷ୍ଟା ସମେତ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ୱେବ୍‌ ସଂସ୍ଥା ‘ୟେସ୍‌ ୱାର୍ଲ୍ଡ’ ଖୋଲି ବିଜ୍ଞାପନ ଦେଲେ। ପୁଞ୍ଜି ଖଟାଇଲେ ଦେଢ଼ ମାସରେ ୩ ଗୁଣ ଅର୍ଥ ମିଳିବ ବୋଲି ପ୍ରଲୋଭନ ଦେଖାଇଲେ। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜ୍ୟର ତାରକା ହୋଟେଲ୍‌ରେ ମିଟିଂ କଲେ। ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଗୁଜରାଟ, ବିହାର, ଝାଡ଼ଖଣ୍ଡ ଭଳି ୮ରୁ ଅଧିକ ରାଜ୍ୟର ୨.୫ଲକ୍ଷ ନିବେଶକଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଲେ। ଏଭଳି ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)। ଓଡ଼ିଶାରେ ଲୁଚିଥିବା ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ ଜଗତସିଂହପୁରଜିଲ୍ଲା ଗୋପାଳପୁର ଅଞ୍ଚଳର ଚିତ୍ତରଂଜନ ମହାନ୍ତିକୁ ଇଓଡବ୍ଲ୍ୟୁ ଜଗତସିଂହପୁରରୁ ଗିରଫ କରିଛି। ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାକୁ କଟକ ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। 

୮ ରାଜ୍ୟରେ ସକ୍ରିୟ
ଓଡ଼ିଶାର ୮ ହଜାର ନିବେଶକଙ୍କୁ ଠକିଛି

ସୂଚନା ମୁତାବକ, ୨୦୨୨ରେ ଏହି ରୢାକେଟ୍‌ ‘ୟେସ୍‌ ୱାର୍ଲ୍ଡ’ ଆରମ୍ଭ କରିଥିଲେ, ମଙ୍ଗ ଧରିଥିଲା ଚିତ୍ତରଂଜନ। ଭୁବନେଶ୍ବର ସମେତ ଓଡ଼ିଶାର ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝରନୟାଗଡ଼ ଆଦି ବିଭିନ୍ନ ସ୍ଥାନରେ ଏଜେଣ୍ଟ ଓ ଯୁବତୀ ଏବଂ ମହିଳାଙ୍କୁ ନିଯୁକ୍ତ କରି ଲୋକଙ୍କୁ କ୍ରିପ୍ଟୋ କରେନ୍ସିରେ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଇଲେ। ଯୁବତୀଙ୍କ ମାଧ୍ୟମରେ ଲୋକଙ୍କୁ ଫୋନ୍‌ରେ ଫସାଯାଉଥିଲା। ଏହାପରେ ତାରକା ହୋଟେଲ୍‌ରେ ବୈଠକ କରି ନିବେଶ ପାଇଁ ଆଗ୍ରହୀ ଲୋକଙ୍କ ସେଠାକୁ ଡକାଇ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଉଥିଲେ। ଅତି କମ୍‌ରେ ସାଢ଼େ ୧୨ ହଜାର ଟଙ୍କା ନିବେଶ କଲେ ୪୦ଦିନରେ ଦୁଇଗୁଣ ମିଳିବ ବୋଲି କହୁଥିଲେ। ଯେଉଁମାନେ ନିବେଶ କରୁଥିଲେ; ପ୍ରଥମେ ପ୍ରଥମେ ସେମାନଙ୍କୁ ୪୦ଦିନରେ ଦୁଇଗୁଣ ଟଙ୍କା ମିଳୁଥିଲା। ବିଶ୍ବାସ ଜନ୍ମିବା ପରେ ସେମାନେ ଅନ୍ୟମାନଙ୍କୁ ନିବେଶ ପାଇଁ କହୁଥିଲେ। ଯେଉଁଥିପାଇଁ କମିସନ୍‌ ବି ମିଳୁଥିଲା। ଅଧିକରୁ ଅଧିକ ଲୋକଙ୍କୁ ଫସାଇବାକୁ ବିଭିନ୍ନ ରାଜ୍ୟର ଷ୍ଟାର୍‌ ହୋଟେଲ୍‌ରେ ପାର୍ଟି, ମିଟିଂ କରି ନିବେଶ ପାଇଁ ଆକର୍ଷିତ କରୁଥିଲେ। ଓଡ଼ିଶାର ପ୍ରାୟ ୮ହଜାର ନିବେଶକାରୀ ଓ ଅନ୍ୟ ୮ରୁ ଅଧିକ ରାଜ୍ୟର ୨.୫ଲକ୍ଷ ନିବେଶକାରୀଙ୍କ ଠାରୁ ୨୦୦କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲେ। ତେବେ ଠକେଇର ଶିକାର ହୋଇଥିବା ପୁରୀ ଅଞ୍ଚଳର ସ୍ବାଗତ ନାୟକ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା। ଚିତ୍ତରଂଜନର ଆକାଉଣ୍ଟରରେ ୧୯.୩୨ଲକ୍ଷ ଟଙ୍କାର ଆର୍ଥିକ କାରବାର ଆଧାରରେ ତାକୁ ଗିରଫ ପରେ ଆଜି ଓପିଆଇଡି କୋର୍ଟରେ ହାଜର କରାଯାଇଛି। ପୂର୍ବରୁ ସନ୍ଦୀପ ଚୌଧୁରୀ ଓ ଶଙ୍କର ସରକାରଙ୍କୁ ଗିରଫ କରାଯାଇଥିବା ବେଳେ ରୢାକେଟରେ ଆହୁରି ଅଧିକ ସଦସ୍ୟ ଥିବା ସନ୍ଦେହ କରାଯାଉଛି। ଦରକାର ପଡ଼ିଲେ ଚିତ୍ତରଂଜନକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.