Cyclone and Landslide Alert in Kandhamal: କନ୍ଧମାଳରେ ବାତ୍ୟା ଓ ଭୂସ୍ଖଳନ ଆଶଙ୍କା: ୩୨୪ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବୋଲିଙ୍ଗିଆରୁ ୩ ଉଦ୍ଧାର

1 hour ago 1
ARTICLE AD BOX

ଘୁ. ଉଦୟଗିରି (ସମୀର ପାଢ଼ୀ): ଆଗାମୀ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତର ମୁଣ୍ଡାକାଙ୍ଗା ଓ ହାତୀକାଡ଼ାଉ, କଦମ୍ ସାହି ସମେତ ବିଭିନ୍ନ ଅଞ୍ଚଳରୁ ମୋଟ ୩୨୪ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଲିଙ୍ଗାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି। 

Kandhamal: କନ୍ଧମାଳରେ ୧୨ହଜାର ୨୫୬ ପ୍ରଭାବିତ: ରାଇକିଆ ଅଧିକ କ୍ଷତିଗ୍ରସ୍ତ, ୩ ମୃତ
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସ୍ଥାନାନ୍ତରିତ ହୋଇଥିବା ବିପନ୍ନଙ୍କ ମଧ୍ୟରେ ୧୨୨ ଜଣ ପୁରୁଷ, ୧୩୩ ଜଣ ମହିଳା ଓ ୬୯ ଜଣ ଶିଶୁ ଅଛନ୍ତି। ବୋଲିଙ୍ଗିଆ ଗ୍ରାମରେ ପୂର୍ବରୁ ଘଟିଥିବା ଭୂସ୍ଖଳନ ପରେ ଉଦ୍ଧାର କରାଯାଇ କୁଲାପାଙ୍ଗା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକଙ୍କ ମଧ୍ୟରୁ କେତେକ ସେଠାକୁ ଆସିପାରିନଥିଲେ। ସେମାନଙ୍କ ମଧ୍ୟରେ ଜଣେ ରୋଗୀ ଓ ଅନ୍ୟ ତିନି ଜଣ ଥିଲେ। ପ୍ରଶାସନ ପକ୍ଷରୁ ଆଜି ସେମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.