ARTICLE AD BOX
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ସାଇକଲରେ ୮୦ ହଜାର କିଲୋମିଟର ଯାତ୍ରା। ଭାରତ ଦର୍ଶନ ସହ ବିଶ୍ବ ରେକର୍ଡ ଲକ୍ଷ୍ୟ ରଖିଥିବା ଉତ୍ତର ପ୍ରଦେଶ ରାଜ୍ୟ ଜାଲୌନ ଜିଲ୍ଲା ବୁନ୍ଦେଲଖଣ୍ଡ ଅଞ୍ଚଳର ଦୁଇ ଭାଇ ସୋନୁ କୁମାର ଓ ପଙ୍କଜ କୁମାର ଚର୍ଚ୍ଚାରେ। ୧୪,୫୦୦ କିଲୋମିଟର ଭ୍ରମଣ କରି ୧୪ ନମ୍ବର ରାଜ୍ୟ ଭାବେ ସୁନ୍ଦରଗଡ଼ ଜିଲ୍ଲାର ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ମହାବୀର ଛକରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଥିଲା।
୨୦୨୫ ନଭେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଦୁଇ ଯୁବକ ବିଭିନ୍ନ ରାଜ୍ୟ ଓ ସହର ପରିକ୍ରମା କରୁଛନ୍ତି। ଆଜି ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ଦୁଇଟି ଧାମ ସହିତ ୭ଟି ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିସାରିଛନ୍ତି। ସାଇକଲ ଯୋଗେ ଦୀର୍ଘ ଦୂରତା ଅତିକ୍ରମ କରି ସେମାନେ ବିଭିନ୍ନ ଅଂଚଳର ଲୋକଙ୍କ ସହ ମିଶିବା ସହ ଭାରତର ବିଭିନ୍ନ ସ୍ଥାନକୁ ଅନୁଭବ କରୁଥିବା କହିଛନ୍ତି ସୋନୁ ଓ ପଙ୍କଜ। ସୁନ୍ଦରଗଡ଼ରୁ ଝାରସୁଗୁଡା ହୋଇ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଦର୍ଶନ କରି ସେଠାରେ ରାତ୍ରୀ ଯାପନ କରିବେ। ସୋମବାର ଜଗନ୍ନାଥ ଧାମ ପୁରୀ ଅଭିମୁଖେ ଯାତ୍ରା କରିବେ ଓ ସେଠାରେ ଦର୍ଶନ ସାରିବା ପରେ କଲିକତା ଅଭିମୁଖେ ବାହାରିବେ। ଭାରତର ସମସ୍ତ ୩୦ ଟି ରାଜ୍ୟର ଛୋଟ ବଡ଼ ସହର ଭ୍ରମଣରେ ପ୍ରାୟ ୮୦ ହଜାର କିଲୋମିଟର ଯାତ୍ରା କରି ୨୦୨୮ ମସିହାରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୋନୁ କୁମାର ସୂଚନା ଦେଇଛନ୍ତି।
Worldcup: ବନ୍ଧୁକଚାଳନା କନିଷ୍ଠ ବିଶ୍ବକପ୍: ବିଶ୍ବ ରେକର୍ଡ ସହ ଶମ୍ଭାବୀ-ଦିବ୍ୟାଂଶୁଙ୍କୁ ସ୍ବର୍ଣ୍ଣ

1 hour ago
2


