ARTICLE AD BOX
୨୬ ତାରିଖ ରୁ ୨୯ ତାରିଖ ଅର୍ଥାତ ୪ ଦିନ ପର୍ଯ୍ୟନ୍ତ ଚିଲିକାରେ ବନ୍ଦ ରହିବ ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା। ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିବା ଡ଼ଙ୍ଗା ବି ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନ ଓ ପୁଲିସ ସମସ୍ତ ଘାଟରେ ସତର୍କ ପହରା ଦେବେ।
Boat Services and Floating Bridge in Chilika to Remain Suspended for 4 Days Photograph: (sambad.in)ପୁରୀ: ବାତ୍ୟା ପାଇଁ ଚିଲିକାରେ ୪ ଦିନ ଚାଲିବନି ଡଙ୍ଗା। ଭାସିବନି ଭସାପୋଲ। ଯାତ୍ରୀବାହୀ, ମାଲବାହୀ ଡଙ୍ଗା ବି ବନ୍ଦ। ବାତ୍ୟା ଅର୍ଣ୍ଣବ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ୨୬ ତାରିଖ ରୁ ୨୯ ତାରିଖ ଅର୍ଥାତ ୪ ଦିନ ପର୍ଯ୍ୟନ୍ତ ଚିଲିକାରେ ବନ୍ଦ ରହିବ ସମସ୍ତ ପ୍ରକାର ପରିବହନ ବ୍ୟବସ୍ଥା। ପର୍ଯ୍ୟଟକଙ୍କୁ ନେବା ଆଣିବା କରୁଥିବା ଡ଼ଙ୍ଗା ବି ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନ ଓ ପୁଲିସ ସମସ୍ତ ଘାଟରେ ସତର୍କ ପହରା ଦେବେ। ସ୍ଥାନୀୟ ବିଡ଼ିଓ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ।
କଟକଣା ଜାରି ରହିବ
ନିୟମ ନ ମାନିଲେ ଏହାକୁ ଗୁରୁତର ଅପରାଧ ଭାବରେ ଗଣା ଯିବ ଓ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ। ପାଗକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଦିନ ଏ କଟକଣା ଜାରି ରହିବ ବୋଲି ଚିଠିରେ ଉଲେଖ କରିଛନ୍ତି ପୁରୀ ଜିଲ୍ଲାପାଳ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
3


