Dead: ନବମ ଶ୍ରେଣୀ ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ; କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀକଲେ ପରିବାର

3 weeks ago 6
ARTICLE AD BOX

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଦଶପଲ୍ଲା ବ୍ଲକ ଅଧୀନସ୍ଥ ଟାକରା ଉଚ୍ଚ ବିଦ୍ୟାଳର ଜଣେ ୯ମ ଶ୍ରେଣୀ ଅନ୍ତେବାସୀ ଛାତ୍ରଙ୍କ ଆଜି ମୃତ୍ୟୁ ହୋଇଛି। ମୃତଛାତ୍ର ଜଣଙ୍କ ହେଲେ ତୁମାଣ୍ତି ପଞ୍ଚାୟତ ବୋଇପାଜୁ ଗ୍ରାମର କୁମାର ମଳିକଙ୍କ ପୁଅ ଚନ୍ଦନ ମଳିକ(୧୫)। ଚନ୍ଦନ ବାପା, ମା’ଙ୍କର ଗୋଟିଏ ବୋଲି ପୁଅ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରହି ଅଧ୍ୟୟନ କରେ। 

ମାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣରେ ସାଙ୍ଗ ମାନଙ୍କ ସହ ସେ ଭଲିବଲ୍ ଖେଳୁଥିଲେ। ହଠାତ୍ ତଳେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଡ଼କାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏପଟେ ଏହି ଘଟଣାକୁ ପରିବାର ଲୋକ ସହଜେ ଗ୍ରହଣ କରି ନାହାନ୍ତି। ପୁଅର କୈାଣସି ଦିନ ଦେହ ଖରାପ ନଥିବା ବେଳେ ଆଜି ଏଭଳି ଅବସ୍ଥା ପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ କୈାଣସି ବି ସୂଚନା ଦିଆଯାଇନଥିବା କହିଛନ୍ତି। ଯାହାକି ଅନ୍ୟ ଲୋକଙ୍କ ଠାରୁ ଖବର ପାଇବା ପରେ ବିଦ୍ୟାଳୟକୁ ଫୋନ୍ କରିଥିଲେ। ହେଲେ ପୁଅର ଦେହ ଖରାପ ଥିବାହେତୁ ତାକୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଆସନ୍ତୁ କହି କାମ ସାରି ଦେଇଥିଲେ। 

ଏପଟେ ବିଦ୍ୟାଳୟ ପରିସରରେ ଏଭଳି ଜଣେ ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଅଭିଭାବକ ମହଲରେ ନାନା ଚର୍ଚ୍ଚା ଲାଗି ରହିଛି। ଛାତ୍ର ଜଣଙ୍କ ଖେଳିବା ସମୟରେ ମୃତ୍ୟୁ ହୋଇଛି ନା ଏହା ପଛରେ ଆଉକିଛି ରହସ୍ୟ ଲୁଚି ରହିଛି ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି ହେଉଛି। କାରଣ ଉକ୍ତ ବିଦ୍ୟାଳୟରେ ଅନ୍ତେବାସୀ ଛାତ୍ରଙ୍କ ଉପରେ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯିବା ଭଳି ଅନେକ ଘଟଣା ରହି ଆସିଛି। କିଏ ଖାଦ୍ୟ ପରସାକୁ ନେଇ ପ୍ରତିବାଦ ଉଠାଇଲେ ମାଡ଼ମାରି ପାଗଳ ସଜାଇ ବିଦା କରାଯାଇଛି ତ ପୁଣି କିଛିଛାତ୍ର ଗତ କିଛିମାସ ତଳେ ଶିକ୍ଷକଙ୍କ ନିର୍ଯ୍ୟାତନାର ଶିକାର ହୋଇ ହଷ୍ଟେଲ ଛାଡ଼ିବା 

Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ

ଘଟଣା ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏସବୁ ମଧ୍ୟରେ ଆଜି ଅପରାହ୍ଣରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ଏପଟେ ମୃତ୍ୟୁ ଖବର ପାଇବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ବିଡ଼ିଓ ଶରତ କୁମାର ମଲିକଙ୍କ ସମେତ ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ, ଥାନା ଅଧିକାରୀ ବିନୟ ରିଜନ ପରିଡ଼ା ପ୍ରମୁଖ ପହଞ୍ଚି ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଘଟଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳମଣୀ ନାୟକ ଓ ଡ଼ବ୍ଲୁଇଓ ରଶ୍ମି ରଂଜନ ବାରିକଙ୍କୁ ଫୋନ୍ କରିଥିବା ବେଳେ ସେ ଫୋନ୍ ଗ୍ରହଣ କରି ନାହାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.