Deepam Juneja: ‘ସପ୍ଲାଏ୬’ରେ ଦିବମ ଜୁନେଜାଙ୍କ ନିବେଶ

1 week ago 4
ARTICLE AD BOX

ଜୁନେଜା ଭେଞ୍ଚର୍ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଦିବମ ଜୁନେଜା ବେଙ୍ଗାଲୁରୁର ପୁଷ୍ଟିସାଧନ ବ୍ରାଣ୍ଡ ସପ୍ଲାଏ୬‌ରେ ୧ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ସଂସ୍ଥା ୪୮ କୋଟି ଟଙ୍କାର ସିରିଜ୍‌ ଏ ଫଣ୍ଡିଂ ସମ୍ପୂର୍ଣ୍ଣ କରିଛି।

 ‘ସପ୍ଲାଏ୬’ରେ ଦିବମ ଜୁନେଜାଙ୍କ ନିବେଶ

ଚଣ୍ଡିଗଡ଼: ଜୁନେଜା ଭେଞ୍ଚର୍ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଦିବମ ଜୁନେଜା ବେଙ୍ଗାଲୁରୁରପୁଷ୍ଟିସାଧନ ବ୍ରାଣ୍ଡ ସପ୍ଲାଏ୬‌ରେ ୧ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ସଂସ୍ଥା ୪୮ କୋଟି ଟଙ୍କାର ସିରିଜ୍‌ ଏ ଫଣ୍ଡିଂ ସମ୍ପୂର୍ଣ୍ଣ କରିଛି। ସେ ହେଉଛନ୍ତି କେଶ କିଙ୍ଗ, ଡକ୍ଟର ଅର୍ଥୋ, ରୁପ ମନ୍ତ୍ରା ଓ ପେଟ ସଫା ଭଳି ସଫଳ ବ୍ରାଣ୍ଡ୍‌ର ଜନକ ସଞ୍ଜୀବ ଜୁନେଜାଙ୍କ ପୁଅ। ଜୁନେଜା ଭେଞ୍ଚର୍ସ ଏଲ୍‌ଏଲ୍‌ପି ଜରିଆରେ ଦିବମ ସମ୍ଭାବନାପୂର୍ଣ୍ଣ ବ୍ୟବସାୟ ଚିହ୍ନଟ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି। ବୈଭବ ଭଣ୍ଡାରି ଓ ରାହୁଲ ଜ୍ୟାବକଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସପ୍ଲାଏ୬ ପକ୍ଷରୁ ବିଜ୍ଞାନ ଆଧାରିତ ପୁଷ୍ଟିସାଧନ ଉତ୍ପାଦ ବିକାଶ କରାଯାଉଛି। ନୂଆ ପାଣ୍ଠି କମ୍ପାନିକୁ ନବସୃଜନ, କ୍ଲିନିକାଲ ଗବେଷଣା, ଯୋଗାଣ ଶୃଙ୍ଖଳ ସମ୍ପ୍ରସାରଣ, କ୍ବିକ୍‌ କମର୍ସ ଓ ଅଫଲାଇନ୍‌ ଚ୍ୟାନେଲ୍‌କୁ ଆଗକୁ ବଢ଼ାଇବାରେ ସହାୟକ ହେବ। କମ୍ପାନି ୨୦୩୦ ସୁଦ୍ଧା ୭୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଦିବମ ୧୫ ବର୍ଷ ବୟସରୁ ଆର୍ଥିକ ବଜାର ଉପରେ ଆଗ୍ରହ ପ୍ରକାଶ କରିଥିଲେ ଯାହା ତାଙ୍କ ଦୀର୍ଘକାଳୀନ ନିବେଶ ଦୃଷ୍ଟିକୋଣକୁ ଗଢ଼ି ତୋଳିଛି। ଶୃଙ୍ଖଳିତ ନିବେଶ ଓ ନିଷ୍ଠାପର ନିଷ୍ପତ୍ତି ଜରିଆରେ ‌ସେ ଦେଶର ଜଣେ ଅଗ୍ରଣୀ ନିବେଶକ ହୋଇପାରିଛନ୍ତି।

‘ବନ୍ଦେ ମାତରମ୍‌’ ବିବାଦରୁ ନଜର ହଟେଇବାକୁ ରାହୁଲ ଧାରଣା ଦେଇଛନ୍ତି: ନଡ୍ଡା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.