Delhi High Court: ଯନ୍ତରମନ୍ତରରେ ପ୍ରତିବାଦ ପାଇଁ ଯୁବ କଂଗ୍ରେସର ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ

2 weeks ago 3
ARTICLE AD BOX

ନୂଆଦିଲ୍ଲୀ:ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌) କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଯନ୍ତର ମନ୍ତରଠାରେ ପ୍ରତିବାଦ କରିବାକୁ ଅନୁମତି ଲୋଡ଼ିଥିିବା ଭାରତୀୟ ଯୁବ କଂଗ୍ରେସର ଆବେଦନର ଜରୁରୀ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି।

ମାମଲାକୁ ତାଲିକାଭୁକ୍ତ କରିବାକୁ ମନା

ଗୁରୁବାର କୋର୍ଟରେ ପ୍ରଥମେ ଆବେଦନଟି ଉଲ୍ଲେଖ କରାଯାଇଥିଲା ଓ ଶୁକ୍ରବାର ଦିନ ପୁଣି ଥରେ ଉଲ୍ଲେଖ କରାଯାଇଥିଲା, କିନ୍ତୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇ ନଥିଲା। ଓକିଲଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନୀତିନ ୱାସୁଦେଓ ସାମ୍ବ୍ରେ ଓ ବିଚାରପତି ସଞ୍ଜୟ ଶର୍ମାଙ୍କ ଖଣ୍ଡପୀଠ ମାମଲାକୁ ତାଲିକାଭୁକ୍ତ କରିବାକୁ ମନା କରିଦେଇଥିଲେ।

Asim Munir: ପାକିସ୍ତାନକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି ମୁନିର୍, କ୍ଷମତା ହାତେଇବା ପାଇଁ ''ଭାଗ କର, ଶାସନ କର'' ନୀତି

ଆଜି ଶୁଣାଣି କରିବା କ’ଣ ଜରୁରୀ ବୋଲି କୋର୍ଟ କହିଛନ୍ତି। ସୋମବାର ଏହାର ଶୁଣାଣି କରିବାକୁ ତାଲିକାଭୁକ୍ତ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଜନ୍ତର ମନ୍ତରଠାରେ ପ୍ରତିବାଦ କରିବାକୁ ଅନୁମତି ନଦେବାକୁ ଦିଲ୍ଲୀ ପୁଲିସର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଯୁବ କଂଗ୍ରେସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.