Dhamra: ଧାମରା: ଜାହାଜ ନିର୍ମାଣ କାରଖାନା ନୋହିଲା; ଜମି ଅଧିଗ୍ରହଣ ବିଳମ୍ବ, ଆଶା ମଉଳୁଛି

1 week ago 3
ARTICLE AD BOX

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ଧାମରା ବନ୍ଦର ନିକଟ ଚଡ଼ଦିଆ ପଞ୍ଚାୟତରେ ଜାହାଜ ନିର୍ମାଣ କାରଖାନା ସ୍ଥାପନ ପାଇଁ ସରକାର ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କା ନିବେଶ  ସହ ତିନି ବର୍ଷ ମଧ୍ୟରେ ମୋଟ ୧୪୦୦ କୋଟି ଟଙ୍କା ବ୍ୟୟରେ କାରଖାନା ନିର୍ମାଣ ଶେଷ କରିବାକୁ ଯୋଜନା ରହିଥିଲା। ଏହି ପ୍ରକଳ୍ପରେ ୧୫୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ କମ୍ପାନି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ତେବେ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି।

Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ

ଗତ ଏପ୍ରିଲ୍‌ ୧୦ ତାରିଖରେ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳଙ୍କ ନେତୃତ୍ୱରେ ଏକ ୬ ଜଣିଆ ବୈଷୟିକ ଦଳ ଚଡ଼ଦିଆ ପଞ୍ଚାୟତର ରାଜେନ୍ଦ୍ରପଲ୍ଲୀ ଓ ରାଜରାଜେଶ୍ୱରପଲ୍ଲୀ ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପର ସମ୍ଭାବନା ସଂପର୍କରେ ଅନୁଧ୍ୟାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୦ ଏକର ଜମି ଆବଶ୍ୟକ ଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୧୦୦ ଏକର ଜମି ଦରକାର ହେବ। ଏଥିପାଇଁ ଚାନ୍ଦବାଲି ତହସିଲ ସହଯୋଗରେ ଜମି ଯୋଗାଇଦେବାକୁ ସ୍ଥାନୀୟ ଲୋକ ଓ ଜନପ୍ରତିନିଧିମାନେ ବାଣିଜ୍ୟ ବିଭାଗ ଓ କମ୍ପାନି କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମୁମ୍ବାଇର ନର୍ଦନ ଏକ୍ସପ୍ରେସ୍‌ ଇନ୍‌ଫ୍ରା ଡେଭ୍‌ଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିଛି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ କମ୍ପାନି ଶୀଘ୍ର କାମ ଆରମ୍ଭ କରିବ ବୋଲି ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଅଶୋକ ମଲିକ କହିଥିଲେ। କାରଖାନାରେ ବୃହତ୍‌ ବାଣିଜ୍ୟିକ ଜାହାଜ ସହ କୋଷ୍ଟଗାର୍ଡ ପାଇଁ ଜାହାଜ ମଧ୍ୟ ନିର୍ମାଣ କରାଯିବା ପ୍ରସ୍ତାବ ରହିଛି।

Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ

ରାଜେନ୍ଦ୍ରପଲ୍ଲୀ ଓ ରାଜରାଜେଶ୍ୱରପଲ୍ଲୀରେ ସରକାରୀ ଜମି କମ୍‌ ଥିବାରୁ ଇଡ୍‌କୋ ମାଧ୍ୟମରେ ଲୋକଙ୍କଠାରୁ ଜମି କିଣି କମ୍ପାନିକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ରହିଛି। ଜମି ଅଧିଗ୍ରହଣ ପ୍ରକ୍ରିୟା କିଛି ବାଟ ଆଗେଇଥିଲେ ମଧ୍ୟ ଏହା ଆଶାନୁରୂପ ଭାବେ ତ୍ୱରାନ୍ୱିତ ହେଉନାହିଁ। ବୈଷୟିକ ଦଳରେ ବାଣିଜ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଅଧୀକ୍ଷଣ ଯନ୍ତ୍ରୀ, ଉପଖଣ୍ଡ ଅଧିକାରୀ, ଚଡ଼ଦିଆ ପଞ୍ଚାୟତର ପରିତୋଷ ଜେନା, ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ, ପ୍ରଫୁଲ୍ଲ ନାୟକ ଓ ଚାନ୍ଦବାଲି ଏନ୍‌ଏସିର ଚନ୍ଦନ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ତଥାପି ପ୍ରକଳ୍ପ ପାଇଁ ଆବଶ୍ୟକ ପଦକ୍ଷେପ ଆଗକୁ ବଢ଼ୁନାହିଁ। ଜାହାଜ ନିର୍ମାଣ କାରଖାନା ସ୍ଥାପନ ପାଇଁ ପ୍ରାୟ ପାଞ୍ଚ ବର୍ଷ ହେଲା ଯୋଜନା ଚାଲିଛି। ଏହି ସମୟ ମଧ୍ୟରେ କମ୍ପାନିର ବିଭିନ୍ନ ପ୍ରତିନିଧି ଦଳ ଆସି ସ୍ଥାନ ପରିଦର୍ଶନ କରିଛନ୍ତି। ହେଲେ ପ୍ରକଳ୍ପ ସମ୍ପର୍କରେ ଆଉ କୌଣସି ଅଗ୍ରଗତି ହୋଇ ପାରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.