Diet Coke Expensive: ଦେଶରେ କାହିଁକି ମହଙ୍ଗା ହେଲା ଡାଏଟ୍ କୋକ୍? କେବଳ ଆମେରିକା ନୁହେଁ, ଏହି ଦେଶ ମଧ୍ୟ ଦାୟୀ

1 month ago 10
ARTICLE AD BOX

ନୂଆଦିଲ୍ଲୀ: ସାରା ଭାରତରେ କୋକା-କୋଲାର 'ଡାଏଟ୍ କୋକ୍'ର ଦାମ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ଯଦିଓ କମ୍ପାନୀ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ବଜାରରେ ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି।

କାହିଁକି ବଢ଼ିଲା ଦାମ ?
ଭାରତରେ ଡାଏଟ୍ କୋକ୍‌ର ଯୋଗାଣରେ ଅଭାବ ଦେଖାଦେଇଛି। ବିଶ୍ୱର ଅନ୍ୟତମ ବଡ଼ ଉପଭୋକ୍ତା ବଜାର ଭାରତରେ ଡାଏଟ୍ କୋକ୍‌ର ଚାହିଦା ବହୁତ ଅଧିକ। ଏହାର ଦାମ ବଢ଼ିବା ପଛର ସବୁଠୁ ବଡ଼ କାରଣ ହେଉଛି ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲର ବିବାଦ। ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଏହି ଉତ୍ତେଜନା ଯୋଗୁଁ ଭାରତରେ 'ଆଲୁମିନିୟମ କ୍ୟାନ'ର ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାବେ ଏହାର ମୂଲ୍ୟକୁ ପ୍ରଭାବିତ କରିଛି।

ଆଲୁମିନିୟମ କ୍ୟାନର ଅଭାବ କାହିଁକି?
ରଏଟର୍ସର ରିପୋର୍ଟ ଅନୁସାରେ, ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସପ୍ଲାଏ ଚେନ୍ ଉପରେ ଗୁରୁତର ପ୍ରଭାବ ପଡ଼ିଛି। ସାଧାରଣ ଯୋଗାଣ ବନ୍ଦ ହେବା କାରଣରୁ କମ୍ପାନୀକୁ ଏବେ ଦକ୍ଷିଣ-ପୂର୍ବ ଏସିଆରୁ ମହଙ୍ଗା ଦରରେ ଆଲୁମିନିୟମ କ୍ୟାନ ମଗାଇବାକୁ ପଡ଼ୁଛି। ହର୍ମୁଜ ଷ୍ଟ୍ରେଟ୍ ହେଉଛି ଭାରତକୁ ଆଲୁମିନିୟମ କ୍ୟାନ ଏବଂ କଞ୍ଚାମାଲ ଆସିବାର ଏକ ପ୍ରମୁଖ ସାମୁଦ୍ରିକ ରାସ୍ତା। କିନ୍ତୁ ଇରାନ ସହ ଚାଲିଥିବା ବିବାଦ ପରେ ଏହି ରାସ୍ତା ଦେଇ ବାଣିଜ୍ୟିକ କାରବାର ପ୍ରାୟତଃ ବନ୍ଦ ହୋଇଯାଇଛି। ଆଶଙ୍କା କରାଯାଉଛି ଯେ, ଏହି ସମସ୍ୟା ଆଗକୁ ଆହୁରି ବଢ଼ିପାରେ ଏବଂ ଅନ୍ୟ ସାମୁଦ୍ରିକ ପଥ ମଧ୍ୟ ବନ୍ଦ ହୋଇପାରେ ।
ଏହି ସମସ୍ୟା ଦର୍ଶାଉଛି ଯେ, କିଭଳି ଆନ୍ତର୍ଜାତୀୟ ସଂଘର୍ଷ ଯୋଗୁଁ ଗ୍ଲୋବାଲ କମ୍ପାନୀଗୁଡ଼ିକ ନିଜର ସପ୍ଲାଏ ଚେନ୍ ବଦଳାଇବାକୁ ଏବଂ ଗ୍ରାହକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପକାଇବାକୁ ବାଧ୍ୟ ହେଉଛନ୍ତି।

ଅଧିକ ପଢନ୍ତୁ : Vitamin D: ପ୍ରବଳ ଖରା ସତ୍ତ୍ବେ ଭିଟାମିନ୍‌-ଡି ଅଭ‌ାବ

ବଡ଼ କ୍ୟାନ୍ ଏବଂ ଅଧିକ ଦାମ୍‌:
ବିଶ୍ୱର ଅନ୍ୟ ବଜାର ତୁଳନାରେ ଭାରତରେ ଡାଏଟ୍ କୋକ୍ ଅଧିକାଂଶ ଭାବେ 'କ୍ୟାନରେ ବିକ୍ରି ହୋଇଥାଏ। ସେଥିପାଇଁ କ୍ୟାନର ଅଭାବ ଯୋଗୁଁ ଏହାର ଦାମ ଉପରେ ଅଧିକ ପ୍ରଭାବ ପଡ଼ିଛି।

ପୂର୍ବରୁ ଭାରତରେ ୩୦୦ ମିଲିଲିଟରର କ୍ୟାନ ମିଳୁଥିଲା, ଯାହାର ଦାମ ୪୦ ଟଙ୍କା ଥିଲା।
କିନ୍ତୁ ଏବେ କମ୍ପାନୀ ୩୩୦ ମିଲିଲିଟରର କ୍ୟାନ ବିକ୍ରି କରୁଛି, ଯାହାର ଦାମ ୫୦ ଟଙ୍କା ରଖାଯାଇଛି।
ଯଦି ଆମେ ପ୍ରତି ମିଲିଲିଟର ହିସାବରେ ଦେଖିବା, ତେବେ ଡାଏଟ୍ କୋକ୍‌ର ମୂଲ୍ୟରେ ପ୍ରାୟ ୧୩.୬ ପ୍ରତିଶତ ବୃଦ୍ଧି ଘଟିଛି। ଏହି ନିଷ୍ପତ୍ତି ବଢୁଥିବା ପରିବହନ ଏବଂ କଞ୍ଚାମାଲ ଖର୍ଚ୍ଚକୁ ଦୃଷ୍ଟିରେ ରଖି ନିଆଯାଇଛି।
  

Read Entire Article
LEFT SIDEBAR AD

Hidden in mobile, Best for skyscrapers.