DL: ଡିଏଲ୍‌ରେ ଠିକଣା ପରିବର୍ତ୍ତନ ପାଇଁ ଆଉ ଅର୍ଥ ଦେବାକୁ ପଡ଼ିନପାରେ

5 days ago 5
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ରେ କେତେଗୁଡ଼ିଏ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥିପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହି ପ୍ରସ୍ତାବ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)ରେ ଠିକଣା ପରିବର୍ତ୍ତନ ପାଇଁ ଆବେଦନକାରୀଙ୍କୁ ଆଉ ଅର୍ଥ ଦେବାକୁ ପଡ଼ି ନପାରେ। ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଯଦି ୩୦ ଦିନ ଭିତରେ ଆବେଦନକାରୀଙ୍କ ଆବେଦନକୁ ମଞ୍ଜୁର କିମ୍ବା ଅଗ୍ରାହ୍ୟ ନକରନ୍ତି ତାହେଲେ ତାହା ଆପେ ମଞ୍ଜୁର ହୋଇଯିବ। ଠିକଣା ପରିବର୍ତ୍ତନ ସହିତ ମୋବାଇଲ ନମ୍ବର ବଦଳାଇବା କିମ୍ବା ଇମେଲ୍‌ ଆଇଡି ବଦଳାଇଲେ ମଧ୍ୟ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ଗାଡ଼ି ପଞ୍ଜୀକରଣ ରେକର୍ଡରେ ବାସସ୍ଥାନ ପରିବର୍ତ୍ତନ ପାଇଁ ମଧ୍ୟ ଆଦାୟ କରାଯାଉଥିବା ଫି ଛାଡ଼ କରାଯିବା ପ୍ରସ୍ତାବ ରହିଛି। ବାସସ୍ଥାନ ପରିବର୍ତ୍ତନ ସଂକ୍ରାନ୍ତ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍‌ଓସି) ଦାଖଲ ବିଳମ୍ବ ଫି ମଧ୍ୟ ଛାଡ଼ ଯୋଜନା ରହିଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ମୋଟରସାଇକଲ୍‌ କ୍ଷେତ୍ରରେ ଏ ବାବଦରେ ମାସିକ ୩୦୦ ଟଙ୍କା ଏବଂ ଅନ୍ୟ ଯାନ ବାବଦରେ ମାସିକ ୫୦୦ ଟଙ୍କା ଆଦାୟ କରାଯାଉଛି। ନିରାପଦ ଡ୍ରାଇଭିଂ ଟ୍ୟୁଟୋରିଆଲ ଆସେସ୍‌ମେଣ୍ଟରେ ଉତ୍ତୀର୍ଣ୍ଣ ହେବା ସ୍କୋରକୁ ୬୦ ପ୍ରତିଶତରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯାଇ ପାରେ।

ହାଇକୋର୍ଟରେ ସଂଶୋଧିତ ମୋଟର ଯାନ ଆଇନକୁ ଚାଲେଞ୍ଜ୍‌: ୬ ମାସ ପରେ କ୍ଷତିପୂରଣ ଆବେଦନକୁ ନେଇ ପ୍ରଶ୍ନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.