DNA Evidence: ବିବାଦୀୟ ମୁସଲିମ ସାଂସଦ ଇଲହାନ ଓମାରଙ୍କୁ ଆମେରିକାରୁ ବହିଷ୍କାର କରାଯିବା ନେଇ ଟ୍ରମ୍ପଙ୍କ ଯୋଜନା

1 week ago 6
ARTICLE AD BOX

ୱାସିଂଟନ: ସୋମାଲିଆରେ ଜନ୍ମିତ ମୁସଲିମ ମହିଳା ସାଂସଦ ଇଲହାନ ଓମାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ, ଦେଶର ଫେଡେରାଲ ପବ୍ଲିକ ପ୍ରସିକ୍ୟୁଟରମାନେ ଡେମୋକ୍ରାଟିକ ପାର୍ଟି ମିନେସୋଟାର ମହିଳା ସାଂସଦ ଇଲହାନ ଓମାର ଇମିଗ୍ରେସନ ଠକେଇ କରିଥିବା ପ୍ରମାଣ କରିବା ପାଇଁ ଡିଏନଏ ପ୍ରମାଣ ବ୍ୟବହାର କରିପାରନ୍ତି। ଫେଡେରାଲ ଅଧିକାରୀମାନେ ହ୍ୱିସଲ୍‌ବ୍ଲୋଅର୍ ଏବଂ ସରକାରୀ ରେକର୍ଡ ବ୍ୟବହାର କରିଛନ୍ତି ଏବଂ ଏବେ ଡିଏନଏ ପ୍ରମାଣ ପାଇଛନ୍ତି।

ଏହାର ଉଦ୍ଦେଶ୍ୟ ହେଉଛି ଇଲହାନ ଓମାର ଏବଂ ତାଙ୍କ ପରିବାରର ସଦସ୍ୟ, ଯେପରିକି ତାଙ୍କ ପିତା ଇମିଗ୍ରେସନ ଅଧିକାରୀଙ୍କୁ ଠକିଥିବା ଅଭିଯୋଗକୁ ପ୍ରମାଣ କରିବା। ଏକ ସୂତ୍ର ଅନୁଯାୟୀ ଗ୍ରୀନ କାର୍ଡ ହାସଲ କରି ଆମେରିକାର ନାଗରିକତା ଏବଂ ଭିସା ପାଇବା ପାଇଁ ୨୦୦୯ ମସିହାରେ ସେ ନିଜ ଭାଇ ଅହମ୍ମଦ ନୁର ସୈଦ ଏଲମିଙ୍କୁ ବିବାହ କରିଥିଲେ। ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ମିଳିଥିବା ଡିଏନଏ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ତଦନ୍ତରୁ ମିଳିଲା ଡିଏନଏ ପ୍ରମାଣ

ଗତ ସୋମବାର ଦିନ ଇଲହାନ ଓମାରଙ୍କ ୱାସିଂଟନ ଡି.ସି.ରେ ଥିବା ଘରେ ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନ ପକ୍ଷରୁ କରାଯାଇଥିବା ତଲାସୀ ସମୟରେ କିମ୍ବା ପୂର୍ବରୁ ଡିଏନଏ ସଂଗ୍ରହ କରାଯାଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ସେହି ସମୟରେ ଫେଡେରାଲ ଏଜେଣ୍ଟମାନେ ବାସଭବନରୁ ଜବତ ସମ୍ପତ୍ତି ପ୍ରମାଣ ଲେବଲ୍ ଥିବା ବାକ୍ସ ବାହାର କରୁଥିବାର ଦେଖାଯାଇଥିଲା।

ଡିଏନଏ ଏବଂ ଅନ୍ୟାନ୍ୟ ପ୍ରମାଣ ମିଳିବା ସହିତ ସର୍ଚ୍ଚ ୱାରେଣ୍ଟ ଜାରି କରିବା ଏବଂ ଇମିଗ୍ରେସନ ଠକେଇର ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଅଭିଯୁକ୍ତ କରିବା ପାଇଁ ଏହା ପ୍ରର୍ଯ୍ୟାପ୍ତ ହେବ ବୋଲି କୁହାଯାଉଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଦେଶରୁ ନିର୍ବାସିତ କରାଯାଇପାରେ। ୱାସିଂଟନ ଡିସିର ଆଇନଜୀବୀ ଟମ୍ ହୋମାନ କହିଛନ୍ତି, ସଂଘୀୟ କର୍ତ୍ତୃପକ୍ଷ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ହାସଲ କରିଛନ୍ତି। 

ସମସ୍ତ ରାଜନୈତିକ ଦଳକୁ କୃତଜ୍ଞତା ଜଣାଇଛନ୍ତି ହସିନା

ଏହା ଟ୍ରମ୍ପ ପ୍ରଶାସନକୁ ଇଲହାନ ଓମାରଙ୍କ ନାଗରିକତା ପ୍ରତ୍ୟାହାର କରିବାକୁ ସୁଯୋଗ ଦେଇପାରେ। ଇଲହାନ ଓମାର ୧୯୯୫ ମସିହାରେ ତାଙ୍କ ପରିବାର ସୋମାଲିଆରୁ ଆସିବା ପରଠାରୁ ଆମେରିକାରେ ରହୁଛନ୍ତି। ପୂର୍ବରୁ ରିପୋର୍ଟ କରାଯାଇଥିଲା ଯେ, ଏହା ପ୍ରବାସୀ ଠକେଇର ଏକ ମାମଲା। ଅଭିଯୋଗ କରାଯାଇଛି ଯେ, ଓମାର କିମ୍ବା ତାଙ୍କ ପିତା ନୁର ଓମାର ମହମ୍ମଦ ତାଙ୍କ ଜନ୍ମ ତାରିଖ ବିଷୟରେ ଭୁଲ୍ ସୂଚନା ପ୍ରଦାନ କରିଥିଲେ ଯାହା ଦ୍ୱାରା ଇଲହାନ ମଧ୍ୟ ଆମେରିକୀୟ ନାଗରିକ ହୋଇପାରିବେ। ତାଙ୍କ ପିତା ୨୦୦୦ ମସିହାରେ ଆମେରିକୀୟ ନାଗରିକତା ଗ୍ରହଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.