ARTICLE AD BOX
ଭଦ୍ରକ: ପାରିବାରିକ କଳହରୁ ଏକ ଦମ୍ପତିଙ୍କ ଜୀବନ ଯାଇଛି। ପତ୍ନୀଙ୍କୁ ହାଣି ନିଜେ ଫାଶି ହୋଇ ଆତ୍ମହତ୍ୟା କରିଛନ୍ତି।
ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗଆମହଲା ଗାଁରେ ସେକ୍ ମୁସ୍ତାଫା ରଜା ଓ ସୋନୁ ବିବି ରହୁଥିଲେ। ଅନେକ ଦିନ ଧରି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଵିଵାଦ ଲାଗି ରହିଥିଲା। ପୂର୍ବରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ବିବାଦର ସମାଧାନ କିଛି ହୋଇପାରି ନଥିଲା।
ସ୍ବାମୀସ୍ତ୍ରୀ ଝଗଡ଼ା: ପୋଖରୀକୁ ଡେଇଁ ସ୍ବାମୀ ନିଖୋଜ
ଆଜି (ଗୁରୁବାର) ଘରେ କେହିନଥିଲା ବେଳେ ମୁସ୍ତାଫା ସୋନୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ସୋନଙ୍କ ମୃତ୍ୟୁ ଘଟିଥିଲା। ସେହି ପ୍ରକୋଷ୍ଠରେ ହିଁ ସେ ନିଜେ ଫାଶିରେ ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ। ପାଖପଡ଼ୋଶୀ ଘଟଣା ସମ୍ପର୍କରେ ଜାଣି ଭଦ୍ରକ ପୁରୁଣାବଜାର ପୁଲିସକୁ ସୂଚିତ କରିଥିଲେ। ଖବର ପାଇ ପୁଲିସ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଛି।
ସୋରରେ ଚାଞ୍ଚଲ୍ୟ: ଗଳାକାଟି ପତିପତ୍ନୀଙ୍କୁ ହତ୍ୟା
ପାଖପଡ଼ୋଶୀଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା । ବିବାହର କିଛି ଦିନ ଭଲରେ ସଂସାର ଚାଲୁଥିଲା। ସେମାନଙ୍କର ଗୋଟିଏ ୧ବର୍ଷର ଓ ଅନ୍ୟ ଜଣେ ୬ ବର୍ଷର ଦୁଇଟି ଝିଅ ଅଛନ୍ତି। ସେକ ମୁସ୍ତଫା ରାଜାଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୋନୁ ବିବିଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌ।

3 hours ago
4


