ARTICLE AD BOX
କାଳିଆପାଣି, (ରବି ନାରାୟଣ କର): ସୁକିନ୍ଦା ଥାନା ପିମ୍ପୁଡ଼ିଆ ସରକାରୀ ନୋଡାଲ ଉପ୍ରା ସ୍କୁଲ ତୃତୀୟ ଶ୍ରେଣୀର ଛାତ୍ରୀ ପୂଜା ପୂର୍ତ୍ତି(୯)ଙ୍କର ଆଜି ତାଙ୍କ ଗାଁ ଅର୍ଜୁନଝର ପୋଖରୀରେ ବୁଡ଼ି ମୃତ୍ୟୁ ଅଭିଯୋଗ ହୋଇଛି। ସକାଳ ୮ଟା ସମୟରେ ସେ ତାଙ୍କ ଘର ପାଖ ମୁଣ୍ଡାସାହି ପୋଖରୀକୁ ଗାଧୋଇ ଯାଇଥିଲେ। ପୋଖରୀ ତୁଠରେ ଶିଉଳି ଓ ଅସାବଧାନତାରୁ ସେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ।
ଦିନ ମଜୁରିଆ ମାଆବାପା ବାଲେମା ଓ ମାନ ପୂର୍ତ୍ତି ଏବଂ ପରିବାର ଓ ଉପସ୍ଥିତ ଗ୍ରାମବାସୀ ଖୋଜାଖୋଜି ପାଣି ଭିତରୁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ୨୧/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଏହି ଗରିବ ଆଦିବାସୀ ପରିବାରର ପ୍ରଥମ ସନ୍ତାନଙ୍କ ଏତାଦୃଶ ମୃତ୍ୟୁରେ ସ୍କୁଲରେ ଓ ଗାଁରେ ଶୋକ ପ୍ରକାଶ ପାଇଛି।
Boat accident: ନାଇଜେରିଆରେ ଡଙ୍ଗା ବୁଡ଼ି ୫୦ରୁ ଅଧିକ ମୃତ, ଅଧିକାଂଶ ଶିଶୁ

6 days ago
4


