ARTICLE AD BOX
ଭୁବନେଶ୍ୱର: ପାର୍ବଣ ସମୟରେ ନିରାପଦ ତଥା ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ପୂଜା କମିଟି, ଦୋକାନୀ, ବ୍ୟବସାୟୀ ଏବଂ ନାଗରିକମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ନିୟମ ପାଳନ କରିବା ସହ ଦଶହରା ସମୟରେ ଅସ୍ଥାୟୀ ବୈଧ ବିଦ୍ୟୁତ୍ ସଂଯୋଗ ନେବାକୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିବେଦନ କରାଯାଇଛି।
Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ
ସମଗ୍ର କେନ୍ଦ୍ର ଓଡ଼ିଶାରେ ପୂଜା ମଣ୍ଡପ, ଅସ୍ଥାୟୀ ଦୋକାନ ଏବଂ ଆଲୋକସଜ୍ଜା ହେବାକୁ ଥିବାରୁ, କମ୍ପାନୀର ସେକ୍ସନ, ସବ୍-ଡିଭିଜନ କିମ୍ବା ଡିଭିଜନ କାର୍ଯ୍ୟାଳୟରୁ ଅସ୍ଥାୟୀ ସଂଯୋଗ ନେବାକୁ ଟିପିସିଓଡିଏଲ୍ ଆୟୋଜକମାନଙ୍କୁ ପରାମର୍ଶ ଦେଇଛି। ଏହାସହ ବେଆଇନ ହୁକିଂ ଏବଂ ଅଣଅଧିକୃତ ସଂଯୋଗ ବିରୁଦ୍ଧରେ ସତର୍କ କରାଇ ଦିଆଯାଇଛି, ଯାହା ବିଦ୍ୟୁତ୍ ଆଘାତ, ସର୍ଟ ସର୍କିଟ୍, ଅଗ୍ନିକାଣ୍ଡ, ଟ୍ରାନ୍ସଫର୍ମର ଓଭରଲୋଡିଂ ଏବଂ ବିଦ୍ୟୁତ୍ ବିଭ୍ରାଟ ଭଳି ବିପଦ ସୃଷ୍ଟି କରିପାରେ।
ବିଦ୍ୟୁତ୍ ଆଘାତରୁ ସୁରକ୍ଷା ପାଇଁ ପଞ୍ଜୀକୃତ ଇଲେକ୍ଟ୍ରିସିଆନ ନିୟୋଜିତ କରିବା, ସଠିକ୍ ୱାୟାରିଂ, ଉପଯୁକ୍ତ ଆର୍ଥିଂ ଏବଂ ୩୦ ଏମ୍ଏ ଆରସିସିବି ସ୍ଥାପନ ନିଶ୍ଚିତ କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଆୟୋଜକମାନଙ୍କୁ ଏଲ୍ଇଡି ଲାଇଟ୍ ବ୍ୟବହାର କରିବା, ଇଲେକ୍ଟ୍ରିକାଲ ସର୍କିଟ୍ ଏବଂ ସକେଟ୍ରେ ଅତ୍ୟଧିକ ଭାର (ଓଭରଲୋଡିଂ) ନ ଦେବା, ମାନକ ଗୁଣବତ୍ତା ବିଶିଷ୍ଟ ବୈଦ୍ୟୁତିକ ଉପକରଣ ବ୍ୟବହାର କରିବା ଏବଂ ମଣ୍ଡପରେ ଅଗ୍ନିଶମ ଯନ୍ତ୍ର (ଫାୟାର ଏକ୍ସଟିଙ୍ଗୁଇସର୍) ମହଜୁଦ ରଖିବାକୁ ମଧ୍ୟ କୁହାଯାଇଛି।
ଟିପିସିଓଡିଏଲ ପକ୍ଷରୁ ଦଶହରା ପାଇଁ ପ୍ରତିଷେଧମୂଳକ ସୁରକ୍ଷା ବ୍ୟବସ୍ଥା
ସୁରକ୍ଷା ପରାମର୍ଶରେ, ସାଜସଜ୍ଜା, ବ୍ୟାନର ଏବଂ ପତାକାଗୁଡ଼ିକୁ ଓଭରହେଡ୍ ପାୱାର ଲାଇନ୍ ଏବଂ ବୈଦ୍ୟୁତିକ ଭିତ୍ତିଭୂମିଠାରୁ ଦୂରରେ ରଖିବା, ବିଦ୍ୟୁତ୍ ଭିତ୍ତିଭୂମି ନିକଟରେ ପତାକା ଧରିବା ପାଇଁ ଧାତବ ରଡ୍ ବ୍ୟବହାର ନକରିବା, ଶୋଭାଯାତ୍ରା ଏବଂ ଭସାଣୀ ସମୟରେ ଖୁଣ୍ଟ, ଟ୍ରାନ୍ସଫର୍ମର ଏବଂ ଓଭରହେଡ୍ ଲାଇନ୍ଠାରୁ ନିରାପଦ ଦୂରତା ବଜାୟ ରଖିବା, ଟ୍ରାନ୍ସଫର୍ମର, ସବ୍-ଷ୍ଟେସନ କିମ୍ବା ଅନ୍ୟାନ୍ୟ ବୈଦ୍ୟୁତିକ ସଂସ୍ଥାପନ ନିକଟରେ ବାଣ ନଫୁଟାଇବା। ଖରାପ କିମ୍ବା ଖୋଲା ଥିବା ତାରଗୁଡ଼ିକୁ ତୁରନ୍ତ ବଦଳାଇବା, ପାର୍ବଣ ସମୟରେ ମଣ୍ଡପରେ ଥିବା ବିଦ୍ୟୁତ୍ ସଂଯୋଗଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବା ଆଦି ରହିଛି।
ଦଶହରା ଦିନ ମାଆ ସୁରେଶ୍ବରୀଙ୍କ ମନ୍ଦିରରେ ମହବଳୀର ଚୁଳ ବନ୍ଧନ କରାଯାଏ
ବିଦ୍ୟୁତ୍ ଯୋଗାଣ ସମ୍ବନ୍ଧୀୟ ସମସ୍ୟା ଏବଂ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାହକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍ର ୨୪ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ୧୯୧୨ / ୧୮୦୦ ୨୦୨୭ ରେ ଉପଲବ୍ଧ ରହିବ।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଗଜାନନ ଏସ୍. କାଲେ କହିଛନ୍ତି,, ସମଗ୍ର ଦଶହରା ଉତ୍ସବରେ ନିରାପଦ ଏବଂ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆମେ ପୂଜା କମିଟି, ଦୋକାନୀ ଏବଂ ନାଗରିକମାନଙ୍କୁ ବୈଧ ବିଦ୍ୟୁତ୍ ସଂଯୋଗ ନେବାକୁ ଏବଂ ବିଦ୍ୟୁତ୍ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରୁଛୁ। ସାମାନ୍ୟ ସତର୍କତା ଏବଂ ସାମୂହିକ ଦାୟିତ୍ୱବୋଧ ଦୁର୍ଘଟଣାକୁ ରୋକିବାରେ ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ତଥା ଆନନ୍ଦଦାୟକ ଉତ୍ସବ ନିଶ୍ଚିତ କରିବାରେ ବହୁତ ସହାୟକ ହୋଇପାରିବ।

2 weeks ago
3


