ARTICLE AD BOX
ଭୁବନେଶ୍ବର: କିଟ୍ ସ୍କୁଲ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟର ପ୍ରଫେସର ଦାମୋଦର ଜେନା ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ଶନିବାର କହିଛନ୍ତି, କମ୍ୟୁନିଟିର ଆବଶ୍ୟକତା ଏବଂ ଆତ୍ମବିଶ୍ୱାସ ଅନୁସାରେ ସୁଲଭ ଏବଂ ସହଜରେ ଉପଲବ୍ଧ ହେଉଥିବା ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ। ସ୍ମାର୍ଟ ପଞ୍ଚାୟତ ପ୍ରସଙ୍ଗରେ ସେ କହିଛନ୍ତି, ସରକାରୀ ବା ବେସରକାରୀ ସ୍ତରରେ ଏକ ବୃତ୍ତିଗତ ଏବଂ ସହଯୋଗପୂର୍ଣ୍ଣ ମନୋଭାବ ସହିତ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ।
ସହଯୋଗପୂର୍ଣ୍ଣ ମନୋଭାବ ସହିତ କାର୍ଯ୍ୟକାରୀ ହେବ
ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସିଜି ସଭାଗୃହରେ ପରିଚାଳିତ ସମାରୋହର ଏକ ସ୍ବତନ୍ତ୍ର ଅଧିବେଶନରେ ସେ କହିଛନ୍ତି, କୃଷକ, ଭୂମିହୀନ ଭାଗଚାଷୀ ଓ ବୀଜ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ମାଇକ୍ରୋ-ଜଷ୍ଟିସ୍ ଏବଂ ଅଡିଓ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ।
Earth Again Conference 2026: ‘ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିକେନ୍ଦ୍ରୀକୃତ ୟୁନିଟ୍ ତିଆରି କରିବା ଆବଶ୍ୟକ’

3 weeks ago
7


