ARTICLE AD BOX
ଭୁବନେଶ୍ବର: ମୋ ପାଖରେ କାର ନାହିଁ। ଏହାର କାରଣ ହେଲା ମୁଁ ଡ୍ରାଇଭିଙ୍ଗ କରିବାକୁ ଭଲ ପାଏ ନାହିଁ। ମୁଁ ଯାତ୍ରୀବାହୀ ବସ୍, ସାଇକେଲ୍ ଏବଂ ଚାଲିଚାଲି ବୁଲେ। ମୁଁ ସବୁବେଳେ ଗୋଟିଏ କାମ ପାଇଁ ଲଢ଼େଇ କରେ' ଫ୍ରି ପାର୍କିଂ'। ଟଙ୍କା ନିଅ କିନ୍ତୁ ଏକ ଭଲ ରାସ୍ତାଟିଏ କରି ଦିଅ। ଆମକୁ ଆବଡାଖାବଡା ରୋଡ ଦରକାର ନାହିଁ ବୋଲି ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମ୍ମିଳନୀରେ ସେଣ୍ଟର ଫର୍ ଗ୍ରୀନ୍ ମୋବିଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବଙ୍କିମ କାଲରା ଶନିବାର ଏହା କହିଛନ୍ତି।
ସମସ୍ତ ବୟସର ଲୋକଙ୍କ ପାଇଁ ସୁବିଧାଜନକ ହେବ
ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍କେସଜି ସଭାଗୃହରେ ପରିଚାଳିତ ଏକ ସ୍ବତନ୍ତ୍ର ଅଧିବେଶନରେ ସେ କହିଛନ୍ତି, ଆମର ଲକ୍ଷ୍ୟ ଥିଲା ଯେ ଆମେ 'ମୋ ବସ୍' ସେବା ମାଧ୍ୟମରେ ସହରରେ ଏକ ନୂତନ ବ୍ୟବସାୟିକ ଦୃଷ୍ଟିକୋଣ ଆଣିବୁ। ଅନ୍ୟ ସ୍ମାର୍ଟ ସିଟି ପ୍ରୋଜେକ୍ଟଗୁଡ଼ିକ ପରି କେବଳ ପେଟ୍ରୋଲ୍, ଟେକ୍ନୋଲୋଜି କିମ୍ବା ଅନ୍ୟ କୌଣସି ଜିନିଷ ବଦଳରେ, ଆମର ପ୍ରଥମ ପ୍ରାଥମିକତା ଉପରେ ରହିଥିଲା। ପ୍ରୋଜେକ୍ଟର ଦ୍ୱିତୀୟ ମୁଖ୍ୟ ଦୃଷ୍ଟିକୋଣ ଥିଲା 'ଚାଇଲ୍ଡ-ଫ୍ରେଣ୍ଡ୍ଲି ସିଟି' ଗଠନ କରିବା। ଯାହା ଏକ ଶିଶୁ ପାଇଁ ଉପଯୁକ୍ତ ସହର ହୋଇପାରିବ, ତାହା ସମସ୍ତ ବୟସର ଲୋକଙ୍କ ପାଇଁ ମଧ୍ୟ ସୁବିଧାଜନକ ହେବ।
Earth Again Conference 2026: ‘ଆମେ ଗାଁର ଖବରକୁ ଗ୍ଲୋବାଲ ଖବର ଭାବେ ଦେଖି ପ୍ରସ୍ତୁତ କରିପାରିବା’
ସମ୍ମିଳନୀରେ ଶ୍ରୀ କାଲରା କହିଛନ୍ତି, ସହରରେ ପରିବର୍ତ୍ତନ ଆଣିବା ପାଇଁ ଆମକୁ ବ୍ୟବହାର ପରିବର୍ତ୍ତନ କିମ୍ବା ଆଚରଣଗତ ପରିବର୍ତ୍ତନ ଲୋଡ଼ିବାକୁ ପଡ଼ିବ ଏବଂ ଏହା ପାଇଁ ଦାବି କରିବାକୁ ପଡ଼ିବ। ବେଙ୍ଗାଲୁରୁରେ ରହୁଥିବା କୋଏଲ୍ ନାମକ ଜଣେ ବ୍ୟକ୍ତି ଇନ୍ଷ୍ଟାଗ୍ରାମ୍ରେ ବେଙ୍ଗାଲୁରୁର ରାସ୍ତାଗୁଡ଼ିକ ଚାଲିବା ପାଇଁ କିପରି ଅନୁପଯୁକ୍ତ ତାହା ଉପରେ ଭିଡିଓ ବନାଇଥାନ୍ତି। ସେହି ଭିଡିଓଗୁଡ଼ିକ ଭାଇରାଲ୍ ହେବା ପରେ ସ୍ଥାନୀୟ ସରକାର କିମ୍ବା କର୍ତ୍ତୃପକ୍ଷ ସେହି ରାସ୍ତାକୁ ଠିକ୍ କରିବା ପାଇଁ ଯାଇଥାନ୍ତି। ସହରର ବିକାଶ ପାଇଁ ଆମକୁ ଏହିପରି ଆଚରଣଗତ ପରିବର୍ତ୍ତନ ଆଣିବାକୁ ପଡ଼ିବ ଓ ସରକାରଙ୍କ ନିକଟରେ ଦାବି ରଖିବାକୁ ପଡ଼ିବ।

3 weeks ago
4


