ARTICLE AD BOX
ଲିମା: ପେରୁର ଆଣ୍ଡିସ୍ ଅଞ୍ଚଳରେ ୫.୧ ତୀବ୍ରତାର ଭୂମିକମ୍ପ ସଂଘଟିତ ହୋଇଛି। ଏଥିରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ଅନୁଯାୟୀ, ଶନିବାର ରାତି ୯ଟା ୩୦ ସମୟରେ ରାଜଧାନୀ ଲିମାଠାରୁ ୩୦୦ କିମି ଦୂର ଚୋଙ୍ଗୋସ୍ ବାଜେ ସହର ଭୂକମ୍ପ ଝଟ୍କା ଯୋଗୁ ଥରି ଉଠିଥିଲା ବୋଲି ପେରୁ ଜିଓଫିଜିକ୍ସ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି।
ଭୂକମ୍ପର କେନ୍ଦ୍ର ୨୪ କିମି ଗଭୀରତାରେ ରହିଥିଲା। ଏଥିରେ ୪୮ଟି ଘର ଭାଙ୍ଗିଛି ବୋଲି ଏନ୍ ଟେଲିଭିଜନ ନେଟୱର୍କ କହିଛି। ଘର ଭାଙ୍ଗିବା ଯୋଗୁଁ ୩୦୦ ଲୋକ ବାସଚ୍ୟୁତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଅଗଭୀର ଥିଲା, ଫଳରେ ସହରର ବହୁ ଘର ଭାଙ୍ଗି ବହୁତ କ୍ଷତି ଘଟିଛି ବୋଲି ପେରୁର ଜାତୀୟ ନାଗରିକ ପ୍ରତିରକ୍ଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଜେନେରାଲ ଲୁଇସ୍ ଭାସକେଜ୍ କହିଛନ୍ତି। ପେରୁ ଭୂକମ୍ପପ୍ରବଣ ଅଞ୍ଚଳରେ ରହିଥିବାରୁ ବର୍ଷକୁ ଅତିକମ୍ରେ ୪୦୦ ଥର ଭୂମିକମ୍ପ ହୋଇଥାଏ। ଲୋକମାନେ ହାଲୁକା ସାମଗ୍ରୀରେ ଘର ତିଆରି କରିଥାନ୍ତି।
Earthquake: ବଙ୍ଗୋପସାଗରରେ ୪.୫ ତୀବ୍ରତାଯୁକ୍ତ ଭୂମିକମ୍ପ: ଥରିଲା ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳ

1 month ago
14


