Electricity generation: ବଢ଼ିବ ସୌର ସେଲ୍‌ର ବିଜୁଳି ଉତ୍ପାଦକତା

1 hour ago 2
ARTICLE AD BOX

ସୌର ଶକ୍ତିକୁ ଅଧିକ ଉପଯୋଗୀ ଓ ଶସ୍ତା କରିବା ଦିଗରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍ପେନ୍‌ର ବାର୍ସିଲୋନାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫୋଟୋନିକ୍‌ ସାଇନ୍‌ସେସ୍‌ (ଆଇସିଏଫ୍‌ଓ)ର ଗବେଷକମାନେ ସୌର ପ୍ୟାନେଲ୍‌ର ଉତ୍ପାଦକତା ବୃଦ୍ଧିରେ ଦୀର୍ଘ ୬୫ ବର୍ଷ ଧରି ରହିଥିବା ଏକ ତାତ୍ତ୍ୱିକ ସୀମାକୁ ଅତିକ୍ରମ କରିବାର ବାଟ ଖୋଜି ପାଇଛନ୍ତି।

୧୯୬୧ ମସିହାର ‘ସକ୍‌ଲି-କ୍ୱିସର୍‌ ସୀମା’ ତତ୍ତ୍ବ ଅନୁସାରେ, ସାଧାରଣ ଏକକ ସ୍ତରୀୟ ସୌର ସେଲ୍‌ ସୂର୍ଯ୍ୟାଲୋକର ସର୍ବାଧିକ ୩୩.୭ ପ୍ରତିଶତ ଶକ୍ତିକୁ ବିଦ୍ୟୁତ୍‌ରେ ପରିଣତ କରିପାରିବ। ଏହାକୁ ଅତିକ୍ରମ କରିବା ଏକ ବଡ଼ ଆହ୍ୱାନ ହୋଇ ରହିଆସିଛି। ତେବେ ଉକ୍ତ ନୂଆ ପଦ୍ଧତିରେ ସୌର ସେଲ୍‌କୁ ଏକ ସ୍ୱତନ୍ତ୍ର ‘ଅପ୍ଟିକାଲ୍‌ କ୍ୟାଭିଟି’ରେ ପରିଣତ କରାଯାଇଛି। ସାଧାରଣତଃ ସୌର ସେଲ୍‌ ସୂର୍ଯ୍ୟାଲୋକ ଗ୍ରହଣ କରିବା ପରେ ବିଭିନ୍ନ ଦିଗରେ ଆଲୋକ ନିର୍ଗତ କରିଥାଏ। ଫଳରେ କିଛି ଶକ୍ତି କ୍ଷୟ ହୁଏ। ଗବେଷକମାନେ ଏହି ଆଲୋକ ନିର୍ଗମନର କୋଣକୁ ସୀମିତ କରି ଶକ୍ତି କ୍ଷୟ ହ୍ରାସ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସୌର ସେଲ୍‌ରେ ରୁପାର ଇଲେକ୍ଟ୍ରୋଡ୍‌ ଓ ସ୍ୱତନ୍ତ୍ର ଆସ୍ତରଣ ବ୍ୟବହାର କରାଯାଇଛି।

ଗବେଷକ ଡକ୍ଟର ଫ୍ରାନ୍ସିସ୍କୋ ବର୍ନାଲ୍‌ ଟେକ୍ସାଙ୍କ ମତରେ, ଏହି ପଦ୍ଧତିରେ ଭବିଷ୍ୟତରେ ସୌର ସେଲ୍‌ର ଉତ୍ପାଦକତା ପ୍ରାୟ ୪୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାଦ୍ୱାରା କମ୍‌ ଜାଗାରେ ଅଧିକ ବିଦ୍ୟୁତ୍‌ ଉତ୍ପାଦନ ସମ୍ଭବ ହେବ ଏବଂ ସୌର ଶକ୍ତି ଉତ୍ପାଦନରେ ଖର୍ଚ୍ଚ ମଧ୍ୟ ହ୍ରାସ ପାଇପାରିବ। ତେବେ ଏହି ଗବେଷଣା ଏବେ ପରୀକ୍ଷାମୂଳକ ସ୍ତରରେ ରହିଛି। ବଜାରରେ ମିଳୁଥିବା ସୌର ପ୍ୟାନେଲ୍‌ରେ ଏହାର ବ୍ୟବହାର ଆରମ୍ଭ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.