Elephant: ଓଡ଼ିଶାକୁ ପ୍ରବେଶ କରିଲେ ଆନ୍ଧ୍ର ହାତୀପଲ ଲୋକ ଆତଙ୍କିତ

3 days ago 4
ARTICLE AD BOX

ରାୟଗଡ଼ା: ଗତକାଲି ଓଡ଼ିଶା- ଆନ୍ଧ୍ର  ସୀମାନ୍ତ ଅଞ୍ଚଳରେ ବୁଲୁଥିବା ୮ ଟିକିଆ  ହାତୀପଲ ଓଡ଼ିଶା ଅଞ୍ଚଳକୁ ପ୍ରବେଶ  କରିଛନ୍ତି I ଆଜି  ସକାଳୁ ସକାଳୁ ରାୟଗଡ଼ା  ବ୍ଲକ  କେରଡ଼ା ନିକଟସ୍ଥ ଏକ ପାମ ଓଏଲ ଫାର୍ମ ମଧ୍ୟରେ ହାତୀଗୁଡିକୁ ଦେଖିବାକୁ ମିଳିଥିଲା I 

ରାୟଗଡ଼ା ବ୍ଲକ ଏମ୍ପଲବାଲସା, କେରେଡା, ଅନିଯା , ପୁଡେଶୁ, ବୋରୁହାଲୁଆଗାଁନିକଟରେ ଗତ ୩ ଦିନ ହେଲା ବୁଲୁଛନ୍ତି I  ହାତୀପଲ ଆନ୍ଧ୍ରପ୍ରଦେଶ ରାଜ୍ୟ ବୀରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ  ଅନ୍ୱେଷଣ ପାଇଁ ଆଠ ଟିକିଆ ହାତୀପଲ ଗାଁ ମୁଁହା ହୋଇଛନ୍ତି। ନାଗାବଳୀ ନଦୀ କୂଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚଲାବୁଲା କରୁଥିବା ପରିଲିକ୍ଷିତ ହୋଇଛି। ଫଳରେ ସୀମାନ୍ତ ଗାଁ ମାନଙ୍କରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି  I ହାତୀପଲ ଉଭୟ ରାଜ୍ୟର ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବନ ବିଭାଗ କର୍ମଚାରୀ ହାତୀପଲ ଉପରେ ନଜର ରଖିବା ପାଇଁ ଯୁଗ୍ମ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି । ଏଥିସହ ଉଭୟ ରାଜ୍ୟର ସୀମାନ୍ତ ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।

ହାତୀପଲରେ  ୬ ଟି ମାଈ ହାତୀ ଏବଂ ୨ଟି ଶିଶୁ ହାତୀ ଅଛନ୍ତି

ଏ ସମ୍ପର୍କରେ ରାୟଗଡ଼ା ରେଞ୍ଜର ଅନିଲ୍ ପାଣିଗ୍ରାହୀ ସୂଚନା ଦେଇ  କହିଛନ୍ତି ଯେ ଏହି ୮ଟିକିଆ ହାତୀପଲରେ  ୬ ଟି ମାଈ ହାତୀ ଏବଂ ୨ଟି ଶିଶୁ ହାତୀ ଅଛନ୍ତି I ରାୟଗଡ଼ା  ବନାଞ୍ଚଳର ଏକ ଟିମ  ହାତୀ ଉପରେ  ନଜର ରଖିବା ସହ ହାତୀ ଓ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ  ରାୟଗଡା ଜଙ୍ଗଲ ବିଭାଗ ତରଫରୁ ସଚେତନତା କରାଯାଉଥିବା ରେଞ୍ଜର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି I କିଛି ଅମାନିଆ ଯୁବକ ଫାର୍ମ ଭିତରେ ପଶି ମୋବାଇଲ ଭିଡିଓ କରୁଥିବା ଦେଖିବାକୁ ମିଳୁଛି I

Arrested: କଣାସ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୁଲିସ୍, ତିନି ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.