ARTICLE AD BOX
ରଣପୁର: ନୟାଗଡଜିଲ୍ଲାଖୋର୍ଦ୍ଧା ବନଖଣ୍ଡ ଅଧୀନ ରଣପୁର ବନାଞ୍ଚଳରେ କିଛିଦିନ ହେଲା ହାତୀ ମଣିଷ ଲଢେଇ ଚାଲିଛି। କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ। ଗୋଟିଏ ପଟେ ୧୬ ଟିକିଆ ହାତୀ ଆଉ ଗୋଟିଏ ପଟେ ଗୋଠଛଡା ହାତୀ ତା ସାଙ୍ଗକୁ ଦୁଇ ଟିକିଆ ଜଙ୍ଗଲୀ ହାତୀ ଉତ୍ପାତ କରି ଚାଲିଛନ୍ତି | ଗତ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ରଣପୁର ବନାଞ୍ଚଳ ଗୋପାଳପୁର ଫରେଷ୍ଟର ଅଧୀନ ମୟୂରଝାଲିଆ ହରିହରପୁର ହନୁମାନ ମନ୍ଦିର ନିକଟରେ ଜଣେ ମହିଳା ଠିଆ ହୋଇଥିବା ବେଳେ ଜଙ୍ଗଲୀ ହାତୀ ମହିଳାଙ୍କୁ ଶୁଣ୍ଢରେ କିଛି ବାଟ ଟେକିନେଇ କଚାଡି ଦେଇଥିଲା। ଦେଖଣାହାରୀ ଲୋକମାନେ ପାଟିତୁଣ୍ଡ କରିବାରୁ ମହିଳାଙ୍କୁ ଛାଡି ହାତୀ ଜଙ୍ଗଲକୁ ପଳାଇ ଯାଇଥିଲା।
ଆହୁରି ପଢନ୍ତୁ: Attack: ଚୁମ୍ବକୀୟ ବୋମା ଦ୍ବାରା ହର୍ମୁଜ୍ ପ୍ରଣାଳୀରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ: ୨୭ ଭାରତୀୟ ନାବିକ ସୁରକ୍ଷିତ
ମହିଳା ଜଣଙ୍କ ହେଉଛନ୍ତି ହରିହରପୁର ଗ୍ରାମର ଈଶ୍ୱର ବେହେରାଙ୍କ ସ୍ତ୍ରୀ ମମତା ବେହେରା (୪୧)। ଗୁରୁତର ଅବସ୍ଥାରେ ମହିଳାଙ୍କୁ ତୁରନ୍ତ ପରିବାର ଓ ଗ୍ରାମବାସୀ ଚାନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ମହିଳାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରିଥିଲେ। ତେବେ ବିଳମ୍ବିତ ରାତିରେ ରାତି ୧୨ଟାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ରଣପୁର ରେଞ୍ଜର ସିଧୁ ଚରଣ ସିଂ କହିଛନ୍ତି ଯେ ଗୋଠ ଛଡା ଜଙ୍ଗଲୀ ହାତୀ ମହିଳାଙ୍କୁ ଆକ୍ରମଣ ପରେ ଏବେ ଧନୀ ଜଙ୍ଗଲକୁ ଚାଲି ଯାଇଛି। ଗଜସାଥିମାନେ ହାତୀର ଗତିଵିଧି ଉପରେ ନଜର ରଖିଛନ୍ତି।

58 minutes ago
1


