Factory Fire: ଦିଲ୍ଲୀର ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪ ଶ୍ରମିକ ଜୀବନ୍ତ ଦଗ୍ଧ, ୨ ଗୁରୁତର

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ମଙ୍ଗୋଲପୁରୀ ଇଣ୍ଡଷ୍ଟ୍ରିଆଲ୍ ଏରିଆ ପେଜ୍-୧ ସ୍ଥିତ ଏକ ଜୋତା କାରଖାନାରେ ଶୁକ୍ରବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୁଲିସ ପକ୍ଷରୁ କାରଖାନା ମାଲିକ ଓ କର୍ତ୍ତୃପକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯:୩୦ ରେ ଅଗ୍ନିଶମ ବାହିନୀକୁ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିଲା। ତୁରନ୍ତ ୧୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୪ ମହଲା ବିଶିଷ୍ଟ ଏହି କୋଠାର ବେସମେଣ୍ଟରୁ ନିଆଁ ବ୍ୟାପିଥିବା ବେଳେ ଉପର ମହଲାରେ ୬ ଜଣ ଶ୍ରମିକ ଫସି ରହି ଅଚେତ ହୋଇପଡ଼ିଥିଲେ।

ପୁଲିସ ତଦନ୍ତ ଜାରି ରହିଛି
ଅଗ୍ନିଶମ କର୍ମଚାରୀ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକମାନେ ହେଲେ ପ୍ରେମ ଚାନ୍ଦ (୫୦), ହରିହର (୪୦), ଅଶୋକ (୨୫), ଏବଂ ଲାଲ୍ ବାବୁ (୩୮)। ଅପରପକ୍ଷରେ ଗୁରୁତର ଆହତ ହରେନ୍ଦ୍ର (୩୫) ଏବଂ ବିକାଶ (୨୧) ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଶନିବାର ରାତି ୧ଟା ବେଳକୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Crisis: ପୋଲାଣ୍ଡ ଗମ୍ଭୀର ସାମ୍ବିଧାନିକ ସଙ୍କଟର ସମ୍ମୁଖୀନ: ମଝି ଆକାଶରୁ ସ୍ବଦେଶ ମୁହାଁ ହେଲେ ରାଷ୍ଟ୍ରପତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.