ESIC: ଇଏସ୍‌ଆଇସିର କ୍ଷମା ଯୋଜନା ୩ ମାସ ବଢ଼ିଲା

55 minutes ago 3
ARTICLE AD BOX

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ର ‘ନୂତନ କ୍ଷମା ଯୋଜନା-୨୦୨୫’ର ଅବଧିକୁ କେନ୍ଦ୍ର ସରକାର ଆଉ ତିନି ମାସ ବଢ଼ାଇଛନ୍ତି। ଏହା ଫଳରେ ଯୋଗ୍ୟ ନିଯୁକ୍ତିଦାତା ଓ ବୀମାଭୁକ୍ତ ବ୍ୟକ୍ତିମାନେ ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁରୁଣା ଆଇନଗତ ବିବାଦର ସମାଧାନ କରିବାକୁ ଅଧିକ ସମୟ ପାଇବେ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପୂର୍ବରୁ ଏହି ଯୋଜନା ୨୦୨୫ ଅକ୍ଟୋବର ୧ରୁ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ଥିଲା। ବିଭିନ୍ନ ପକ୍ଷଙ୍କ ଅନୁରୋଧ ଓ ପ୍ରସ୍ତାବର ସମୀକ୍ଷା ପରେ ଏହାର ସମୟସୀମାକୁ ୨୦୨୬ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି। ଯୋଜନାର ପୂର୍ବ ନିୟମ ଓ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ।

Esic Medical College Rourkela ରାଉରକେଲା ପୁଣି ଉପେକ୍ଷିତ: କେନ୍ଦ୍ର ସରକାରଙ୍କ ଅବହେଳା ବଳବତ୍ତର, ଇଏସ୍‌ଆଇସି ମେଡିକାଲ କଲେଜ ଆଶା ମଉଳିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.