FIH Hockey World Cup: ହକି ବିଶ୍ବକପ୍‌: ଐତିହାସିକ ପଞ୍ଚମ ସ୍ଥାନ ଲକ୍ଷ୍ୟରେ ଭାରତୀୟ ମହିଳା

1 day ago 5
ARTICLE AD BOX

ଆମଷ୍ଟେଲଭୀନ: ଚଳିତ ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌‌ର ଦ୍ବିତୀୟ ରାଉଣ୍ଡର ଶେଷ ଗ୍ରୁପ୍‌-ଇ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସହ ଗୋଲ୍‌ ଶୂନ୍ୟ ଅମୀମାଂସିତ ରଖିବା ପରେ ଭାରତର ସେମିଫାଇନାଲ୍‌ ଖେଳିବା ଆଶା ମରି ଯାଇଥିଲା। ଏବେ ଦଳ ପଞ୍ଚମ ସ୍ଥାନ ଲାଗି ଗୁରୁବାର ଜର୍ମାନୀ ବିପକ୍ଷରେ ଖେଳିବ। ୧୯୭୪ ବିଶ୍ବକପ୍‌ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଚତୁର୍ଥ ସ୍ଥାନରେ ରହିଥିଲା। ଯାହା ବିଶ୍ବକପ୍‌ରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି। ଏହା ପରେ ଭାରତ ୧୯୭୮ରେ ସପ୍ତମ ସ୍ଥାନରେ ରହିବା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲା। ଏହି ରେକର୍ଡକୁ ଭାରତ ପଛରେ ପକାଇ ଦେଇଛି। ହେଲେ ଜୋୟର୍ଡ ମାରିନ୍‌ଙ୍କ ଦଳ ଜର୍ମାନୀକୁ ହରାଇ ପଞ୍ଚମ ସ୍ଥାନରେ ରହିବା ଲକ୍ଷ୍ୟ ରଖିଛି। ଏହି ବିଜୟ ଖାଲି ପଞ୍ଚମ ସ୍ଥାନ ନୁହେଁ ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପୂର୍ବରୁ ଭାରତର ମନୋବଳକୁ ଦୃଢ଼ ରଖିବ। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସିଧାସଳଖ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବ।

ଭୁଲ୍‌ ସୁଧାରିବାକୁ ପଡ଼ିବ

ଆମଷ୍ଟେଲଭୀନରେ ଭାରତୀୟ ମହିଳା ଦଳ କେବଳ ଗୋଟିଏ ମ୍ୟାଚ୍‌ ନେଦରଲାଣ୍ଡ୍‌ସ ବିପକ୍ଷରେ ହାରିଥିଲା। ନିଜଠୁ ଉଚ୍ଚମାନ୍ୟାତରେ ଥିବା ଚୀନ୍‌, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅମୀମାଂସିତ ରଖିଥିଲା। ହେଲେ ଗୋଲ୍‌ କରିବାରେ ପଛରେ ପଡ଼ି ସେମିଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ଦୀପିକା ଓ ନବନୀତ କୌର ୨ଟି ଲେଖାଏଁ ଗୋଲ୍‌ କରିଥିଲେ ମଧ୍ୟ ସର୍ଟକର୍ଣ୍ଣରରୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହେବା ଦଳ ପାଇଁ ଭାରି ପଡ଼ିଥିଲା। ଏମାନକୁ ଏହି ଭୁଲ୍‌ ସୁଧାରିବାକୁ ପଡ଼ିବ। ଯାହା ଭାରତର ଗୋଲ୍‌ ସଂଖ୍ୟା ବଢ଼ାଇବ।

Assistant Coach: ଆନ୍ଥୋନି ଯୁବା ଫୁଟ୍‌ବଲ୍‌ ଦଳର ସହଯୋଗୀ ପ୍ରଶିକ୍ଷକ

ଅନ୍ୟପକ୍ଷରେ ଭାରତର ରକ୍ଷଣଭାଗ ଚମତ୍କାର ଖେଳିଛି। ନିଜ ଘରୋଇ ପଡ଼ିଆରେ ଦୃଢ଼ ଦଳ ନେଦରଲାଣ୍ଡସ୍ ୨ ଗୋଲ୍‌ ଦେଇଥିଲେ ମଧ୍ୟ ସଂଘର୍ଷ କରିଥିଲା।ବିଶ୍ୱ ୫ ନମ୍ବର ଜର୍ମାନୀ ବିପକ୍ଷରେ ଗୁରୁବାର ଭାରତ ଏହି ପ୍ରୟାସକୁ ଆପଣେଇ ବିଜୟ ଲାଭ କରିବା ଲକ୍ଷ୍ୟରେ ରହିବ। ଜର୍ମାନୀ ଦଳର ପ୍ରଶିକ୍ଷକ ଜାନେକ ସ୍କୋପମାନ ରହିଛନ୍ତି। ସେ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥି‌ଲେ। ଟୋକିଓ ଅଲିମ୍ପିକ୍ସରେ ଭାରତ ଚତୁର୍ଥ ସ୍ଥାନ ଅଧିକାର ବେଳେ ସେ ମାରିନେଙ୍କ ସହଯୋଗୀ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.