FIH Hockey: ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌: ଶନିବାର ‌ସେମି ପଥ ଲାଗି ନେଦରଲାଣ୍ଡ୍‌ସକୁ ଭେଟିବ ଭାରତ

6 days ago 3
ARTICLE AD BOX

ଆମଷ୍ଟେଲଭିନ:ଭାରତୀୟ ପୁରୁଷ ଦଳ ଚଳିତ ଏଫ୍‌ଆଇଏଚ୍‌ ହକି ବିଶବକପ୍‌ରେ ନିଜ ନିଜର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ସହଆୟୋଜକ ନେଦରଲାଣ୍ଡ୍‌ସ ବିପକ୍ଷରୁ ଆରମ୍ଭ କରିବ। ସେମିଫାଇନାଲ୍‌ ପଥ ପାଇଁ ହେଉଥିବା ଏହି ପର୍ଯ୍ୟୟରେ ଭାରତୀୟ ପୁରୁଷ ଶନିବାର ଖେଳିବାକୁ ଯାଉଥିବା ନିଜର ପ୍ରଥମ ମ୍ୟାଚ୍‌ ଆହ୍ବାନ ଭରା ହେବାର ସମ୍ଭାବନା ରହିଛି। ଶନିବାର ରାତି ୭.୩୦ରେ ଆମ୍‌ଷ୍ଟଲଭିନ୍‌ର ୱାଗନର ଷ୍ଟାଡିୟମ୍‌ରେ ପୁଲ୍‌-ଇ’ର ପ୍ରଥମ ମ୍ୟାଚ୍‌ରେ ଏହି ଦୁଇ ଦଳ ମୁହାଁମୁହି ହେବେ। ଲଗାତାର ଦୁଇ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିବା ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଏହି ଦଳ ବିନା ପଏଣ୍ଟ୍‌ରେ ପୁଲ୍‌-ଇ’ରେ ସ୍ଥାନ ପାଇଛି।

ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ପାଇଁ ସେମିଫାଇନାଲ୍‌ ପଥ ସହଜ

ଅନ୍ୟପକ୍ଷରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ବିଜେତା ନେଦରଲାଣ୍ଡ୍‌ସ ପୁଲ୍‌ ବିଜେତା ସହ ୩ ପଏଣ୍ଟ୍‌ ନେଇ ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ପୁଲ୍‌-ଡି’ର ଶୀର୍ଷ ଦଳ ଇଂଲଣ୍ଡ ୩ ପଏଣ୍ଟ୍‌ ସହ ଏବଂ ପୁଲ୍‌-ଏ‘ର ଦ୍ବିତୀୟ ଦଳ ଆର୍ଜେଣ୍ଟିନା ଶୂନ ପଏଣ୍ଟ ସହ ପୁଲ୍‌-ଇ’ରେ ପହଞ୍ଚିଛନ୍ତି। ଫଳରେ ନେଦରଲାଣ୍ଡ୍‌ସ ଓ ଇଂଲଣ୍ଡ ପାଇଁ ସେମିଫାଇନାଲ୍‌ ପଥ ସହଜ ରହିଛି। ତେଣୁ ଭାରତ ସେମିଫାଇନାଲ୍‌ ସ୍ଥାନ କରିବାକୁ ହେଲେ‌ ନେଦରଲାଣ୍ଡ୍‌ସ ଓ ଆର୍ଜେଣ୍ଟିନାକୁ ହରାଇବାକୁ ପଡ଼ିବ। ନିଜର ପ୍ରଥମ ପର୍ଯ୍ୟାୟରେ କେବଳ ଇଂଲଣ୍ଡଠୁ ହାରିଥିବା ଭାରତ ୱେଲ୍ସକୁ ୩-୧ ଓ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାକୁ ୫-୩ରେ ହରାଇଥିଲା। ହେଲେ ଦଳକୁ ଏହାଠାରୁ ଭଲ ପ୍ରଦର୍ଶନ କଲେ ନେଦରଲାଣ୍ଡ୍‌ସକୁ ହରାଇବାକୁ ସକ୍ଷମ ହେବ। ଉଭୟ ଦଳ ଏପର୍ଯ୍ୟନ୍ତ ୧୦୮ ଥର ମୁହାଁମୁହିଁ ହୋଇଥିଲା ବେଳେ ନେଦରଲାଣ୍ଡ୍‌ସ ୪୮ ଓ ଭାରତ ୩୩ରେ ଜିତିଥିଲା ବେଳେ ଅନ୍ୟଗୁଡ଼ିକ ଅମୀମାଂସିତ ରହିଥିଲା। ଉଭୟ ଦଳ ଶେଷ ଥର ଲାଗି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତ ୩-୨ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ହରାଇଥିଲା।

US Open: ଏଥର ୟୁଏସ୍‌ ଓପନ୍‌ରେ ୧୦୮ ମିଲିଅନ୍‌ ଡଲାର ପୁରସ୍କାର ରାଶି

Read Entire Article
LEFT SIDEBAR AD

Hidden in mobile, Best for skyscrapers.